ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆସନ୍ତାକାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ ଜଣାଇ ଏଭଳି ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ।

ଫଳରେ ରବିବାର ରାଜ୍ୟର ପ୍ରାୟ ୧୪ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ। ଘରୋଇ ବସଗୁଡ଼ିକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରିବେ। ଏନେଇ ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।ରବିବାର ସାରା ଦେଶରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ରାଜ୍ୟରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ଗୋଟିଏ ଦିନ ସମସ୍ତ ଦେଶବାସୀ ଘରେ ରହିବେ କେହି ବି ଘରୁ ବାହାରକୁ ବାହାରିବେ ନାହିଁ।

Comment