ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମାର୍ଚ୍ଚ ୨୨ରୁ ୨୯ ଯାଏଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର,  ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ  ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ସ୍ଥାନକୁ ଲକ୍ ଡାଉନ୍ କରାଯିବ। ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ରହିବ।

ତେବେ ଅତ୍ୟାବଶ୍ୟକୀୟ ଦୋକାନ ଓ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ଓ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।

 କ’ଣ ରହିବ ବନ୍ଦ?

ଜୁଏଲାରି, ସପିଂ ମଲ୍‌, ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର ଓ ରଙ୍ଗ ଦୋକାନ, ମାର୍ବଲ, ଟାଇମ୍‌ ଦୋକାନ, ଗାଡ଼ି, ସାଇକେଲ ସୋ’ରୁମ୍‌, ଜୋତା, ବ୍ୟାଗ୍‌ ସୋ’ରୁମ୍‌, ବହି ଦୋକାନ।

ସାମାଜିକ ସୁରକ୍ଷା ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

corona update

କ’ଣ ରହିବ ଖୋଲା?

ବସ୍‌ ଚଳାଚଳ ହେବ, ଟ୍ରେନ୍‌ ଓ ବିମାନ ସେବା ଚଳାଚଳ ହେବ।

ଗ୍ରୋସରି, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ।

ଡାକ୍ତରଖାନା, ଏଟିଏମ୍‌, ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର,  ରାଉରକେଲା,  ଭଦ୍ରକ, ପୁରୀ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ (Total) Lock Down କରାଯିବ।

Comment