ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ୟୁନିଭର୍ସିଟିରେ ନିଯୁକ୍ତି ସୁଯୋଗ। ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨ ରଖାଯାଇଛି।

ପ୍ରଫେସର:

  • ପଦବୀ ସଂଖ୍ୟା- ୧୬
  • ଦରମା- ୧, ୪୪, ୨୦୦ ଟଙ୍କାରୁ ୨, ୧୮, ୨୦୦ ଟଙ୍କା

ଆସୋସିଏଟ୍‌ ପ୍ରଫେସର୍‌:

  • ପଦବୀ ସଂଖ୍ୟା- ୧୮
  • ଦରମା- ୧, ୩୧, ୪୦୦ ଟଙ୍କାରୁ ୨, ୧୭, ୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଏପ୍ରିଲ୍‌ ୨ଯାଏଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ରର ପ୍ରିଣ୍ଟ କପି ଏବଂ ଅନ୍ୟାନ୍ୟ ଦରକାରୀ ସାର୍ଟିଫିକେଟ ଡାକ କିମ୍ବା ,ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଏପ୍ରିଲ୍‌ ୭ ସୁଦ୍ଧା ଦାଖଲ କରିବେ।

ଆବେଦନ ଶୁଳ୍କ– ୨୫୦୦ ଟଙ୍କା

ଏହି ବିଜ୍ଞପ୍ତି ମାର୍ଚ୍ଚ ୧୩ରେ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ସବିଶେଷ ସୂଚନା recruitment.gmuniversity.ac.in ଓ୍ଵେବ୍‌ସାଇଟ୍‌ରୁ ସଂଗ୍ରହ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comment