ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଗୋଟିଏ ଦିନରେ ଭାରତରେ ପ୍ରଥମଥର ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟାରେ ୬କୁ ବୃଦ୍ଧି ପାଇଛି। ଆଜି ପ୍ରଥମ ମୃତ୍ୟୁ ମୁମ୍ଵାଇରେ ହୋଇଥିବା ବେଳେ ଦ୍ଵିତୀୟ ମୃତ୍ୟୁ ବିହାରରେ ହେଇଛି। ମୃତ ଯୁବକ ଜଣକ ବୟସ ୩୮ ବର୍ଷ। ସେ ବିହାର ଏମ୍ସରେ ଚିକିତ୍ସିତ ହେଉଥିଲେ।

ଆଜି ପ୍ରଥମେ ମହାରାଷ୍ଟ୍ରରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏନେଇ ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ଏହାସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଥିଲା ବେଳେ ଏହା ମଧ୍ୟରେ ଆଜି ୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହାକୁ ନେଇ ଭାରତ ସରକାର ପୂରାପୂରି ସଜାଗ ରହିଛନ୍ତି। କିଭଳି କରୋନା ଭାଇରସ୍‌କୁ ରୋକି ହେବ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଆଜି ଜନତା କର୍ଫ୍ୟୁ ପାଇଁ ସାରା ଦେଶରେ ଏକ ପ୍ରକାର ଠପ୍‌ ହୋଇଯାଇଛି। ସେହିପରି ରାଜ୍ୟରେ ମଧ୍ୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାସ୍ତାଘାଟ ଶୂନଶାନ ଓ ବନ୍ଦ ଦୋକାନ ବଜାର ବନ୍ଦ ରହିଛି।

Comment