ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବସ୍‌ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। କରୋନା ମୁକାବିଲା ପାଇଁ ମଙ୍ଗଳବାର ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ କରାଯିବ। ଏହାସହ ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍‌ ସେବା ମଧ୍ୟ ବନ୍ଦ କରାଯିବ। ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏଁ ୫ ଜିଲ୍ଲା ଓ ୮ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ନିୟମ ଅନୁସାରେ ସାରା ଲକ୍‌ଡାଉନ୍‌ ପାଳନ କରିବାକୁ କଡ଼ାକଡ଼ି ଯାଞ୍ଚ କରୁଛି ପୋଲିସ।

ଏହାସହ ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ଝାରସୁଗୁଡ଼ା, ସମ୍ଵଲପୁର ଓ ରାଉରକେଲା ମ୍ୟୁନିସିପାଲଟିକୁ ମଧ୍ୟ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ କାଲି ସକାଳ ୭ଟାରୁ ଲାଗୁ ହେବ ବୋଲି ସୁବ୍ରତ ବାଗ୍‌ଚି କହିଛନ୍ତି।

1 COMMENT

Comment