ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କବଳରୁ ଜନସାଧାରଣଙ୍କୁ ରକ୍ଷା କରିବାକୁ ଏବେ କଠୋର କଟକଣା ଜାରି କରିଛନ୍ତି ଦେଶର ବିଭିନ୍ନ ରାଜ୍ୟ ସରକାର। ସୋମବାର ସାରା ପଞ୍ଜାବରେ କରୋନା କାରଣରୁ କର୍ଫ୍ୟୁ ଜାରି କରାଯାଇଛି। ଏଥିସହିତ ହିମାଚଳ ପ୍ରଦେଶରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି।

କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୂରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି। ଯେଉଁ ଲୋକ ଏହାକୁ ଉଲ୍ଲଘଂନ କରିବେ ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।ସେହିପରି ସୋମବାର ହିମାଚଳ ପ୍ରଦେଶରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ କରୋନା କାରଣରୁ ଆଗାମୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସାରା ରାଜ୍ୟକୁ ଲକଡାଉନ୍ କରାଯାଉଛି। ଏହାପୂର୍ବରୁ ଭାରତର ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ସମେତ ଦେଶର ୧୦ରୁ ଅଧିକ ରାଜ୍ୟର ସହରରେ ଲକଡାଉନ୍ ଘୋଷଣା କରାଯାଇଛି।

ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୪୧୫ରେ ପହଞ୍ଚିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

Comment