ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁକାବିଲା ପାଇଁ ଆଜିଠୁ ସାରା ରାଜ୍ୟରେ ବସ୍ ସେବାକୁ ବନ୍ଦ କରିଦିଆଯାଇଛି। ମଙ୍ଗଳବାର ଦିନ ୧୧ଟା ପରେ ରାଜ୍ୟର କୌଣସି ଅଞ୍ଚଳରେ ବି ଆଉ ବସ୍ ଚଳାଚଳ କରିବ ନାହିଁ।

ଏନେଇ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି। ମଙ୍ଗଳବାର ଉଭୟ ସରକାରୀ  ଓ ବେସରକାରୀ ବସକୁ ଏହା ମଧ୍ୟରେ ସାମିଲ କରାଯାଇଛି। କରୋନାକୁ ସଫଳ ମୁକାବିଲା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଏହାପୂର୍ବରୁ ସରକାର ଗତକାଲି ଅଧରାତିରୁ ସିଟି ବସ୍ ସେବାକୁ ବାତିଲ୍ କରିଦିଆଯାଇଛି। ରାଜ୍ୟ ସରକାର କରୋନା ମୁକାବିଲା ରାଜ୍ୟର ୧୪ଟି ଜିଲ୍ଲା ଓ ୮ଟି ସହରକୁ ମଧ୍ୟ ଲକଡାଉନ୍ ଘୋଷଣା କରିଛନ୍ତି। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ତାଲା ବନ୍ଦ ପାଳନ ହେଉଛି।

Comment