ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ସଂକ୍ରମଣ ବିଷୟରେ ଅନୁମାନ କରିବା ପାଇଁ ଏବେ ଥର୍ମାଲ ଗନ୍ର ପ୍ରାୟାଗ କରାଯାଉଛି। ବିଭିନ୍ନ ଏୟାରପୋର୍ଟ ଓ ସର୍ବ ସାଧାରଣ ସ୍ଥାନରେ ଏହା ବ୍ୟବହୃତ ହେଉଛି। ଥର୍ମାଲ ଗନ୍ ହେଉଛି ହାତରେ ଧରିବାକୁ ଥିବା ଏକ ଛୋଟ ଡିଭାଇସ, ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ନଛୁଇଁ ତାଙ୍କ ଶରୀରର ତାପମାତ୍ରା ମପା ଯାଇପାରେ। ସାଧାରଣତଃ ଶରୀରରେ କୌଣସି ଭୂତାଣୁ ସଂକ୍ରମଣ ଥିଲେ ଶରୀର ତାପମାତ୍ରା ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ଅଧିକ ରହିଥାଏ।
ଥର୍ମାଲ ଗନରୁ ବାହାରୁଥିବା ରଶ୍ମୀ ଜଣେ ବ୍ୟକ୍ତିଙ୍କ କପାଳ ଉପରେ ପଡ଼େ। ଏହି ଡିଜିଟାଲ ଡିଭାଇସରେ ସଂପୃକ୍ତ ବ୍ୟକ୍ତିଙ୍କ ତାପମାତ୍ରା ଜଣାପଡ଼େ। ଅଧିକ ତାପମାତ୍ରା ଥିବା ବ୍ୟକ୍ତି ତଥା କରୋନାର ଅନ୍ୟ ପ୍ରାଥମିକ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ସ୍କ୍ରିନିଂ କରି କରୋନା ପରିଚାଳନା କରାଯାଇଥାଏ।

















