ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବର୍ତ୍ତମାନ କରୋନା ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ କୌଣସି ଛୋଟ ହେଉ କି ବଡ଼ କୌଣସି କାର୍ଯ୍ୟାଳୟରେ କର୍ମଚାରୀମାନେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ପ୍ରକାଶ ପାଉଛି।

ଆସନ୍ତୁ ଜାଣିବା ଆପଣ ନିଜ କାର୍ଯ୍ୟାଳୟକୁ ପରିଚାଳନା କଲାବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ:

  • ଅଫିସର ସମ୍ପୂର୍ଣ୍ଣ ପରିସର ସଫା ସୁତରା ରଖନ୍ତୁ।
  • ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ବା ଅଫିସକୁ ଆସୁଥିବା ଭିଜିଟରମାନେ ପ୍ରବେଶ ବେଳେ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ।
  • ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ବନ୍ଦ କରନ୍ତୁ।
  • ସହକର୍ମୀଙ୍କ ସହ ହାତ ମିଳାନ୍ତୁ ନାହିଁ କି ଆଲିଙ୍ଗନ କରନ୍ତୁ ନାହିଁ।
  • କୌଣସି କର୍ମଚାରୀଙ୍କର ଥଣ୍ଡା ଜ୍ୱର ବା କାଶ ହେଉଥିଲେ ଛୁଟିରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ କିମ୍ବା ଘରୁ କାମ କରିବାକୁ କହନ୍ତୁ।
  • ୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ମିଟିଂକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
  • କରୋନା ପ୍ରଭାବିତ ଦେଶ ବା ଅଞ୍ଚଳକୁ କୌଣସି ଟୁର୍‌ରେ ଯିବା ବନ୍ଦ କରନ୍ତୁ।
  • ଅଫିସରେ ପରସ୍ପରଠାରୁ ଅନ୍ତତଃ ୧ ମିଟର ଦୂରତା ରଖି କାମ କରିବାକୁ ପରାମର୍ଶ ଦିଅନ୍ତୁ।
  • ଲାପ୍‌ଟପ୍‌, କିବୋର୍ଡ ବା ମୋବାଇଲ ଫୋନ୍‌ ପରସ୍ପର ସହ ସେୟାର କରନ୍ତୁ ନାହିଁ।

Comment