ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ଏପ୍ରିଲ ୧୪ ଯାଏଁ ଦେଶରେ ଲକ୍ଡାଉନ
- ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଯାଉଥିଲେ ଦରକାର ନାହିଁ ଡକ୍ୟୁମେଣ୍ଟ
- ଡାକ୍ତର, ନର୍ସ, ପାରା-ମେଡିକାଲ୍ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ବାହାରକୁ ଯାଇପାରିବେ
- ହୋମ୍ ଡେଲିଭରି, ଇ କମର୍ସ ସହିତ ଜଡ଼ିତ ଲୋକ ପାସ୍ ଦେଖାଇ ଯିବେ
କରୋନା ଭୂତାଣୁକୁ ଏଡାଇବା ପାଇଁ ସାରା ଦେଶରେ ଲକଡାଉନ୍ ଚାଲିଛି। ଦିଲ୍ଲୀରେ ଧାରା ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ଏହି କାରଣରୁ ଲୋକମାନେ କୌଣସି ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଏହି ଲକଡାଉନ୍ ୧୪ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ। ତେବେ ଜାଣି ରଖନ୍ତୁ ଲକ୍ଡାଉନ୍ ବେଳେ କେଉଁମାନେ ବାହାରକୁ ଯାଇପାରିବେ? ଏଥିପାଇଁ କ’ଣ କାଗଜପତ୍ର ଆବଶ୍ୟକ ପଡ଼ିବ?
ଯଦି ଆପଣ ଘର ନିକଟରେ ଥିବା ଏକ ଦୋକାନରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ କ କୌଣସି ଡକ୍ୟୁମେଣ୍ଟ୍ ଦରକାର ନାହିଁ। ଏହା ବ୍ୟତୀତ, ଯଦି ଆପଣ ଔଷଧ କିମ୍ବା କୌଣସି ବ୍ୟକ୍ତିଙ୍କ ସହିତ ଡାକ୍ତରଖାନା ଯାଉଛନ୍ତି, ତେବେ ଆପଣ ଯାଇପାରିବେ। ମାତ୍ର କେବଳ ଦୁଇ ଜଣଙ୍କୁ ଏକାଠି ଯିବାକୁ ଅନୁମତି ଦିଆଯାଇଛି। ଯଦି ଅଧିକ ଲୋକ ଯାଆନ୍ତି , ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହା ବ୍ୟତୀତ, ଆପଣଙ୍କୁ କୌଣସି କାମ ପାଇଁ ବାହାରକୁ ଯିବାକୁ ଅନୁମତି ନାହିଁ ।
କେଉଁମାନଙ୍କୁ ଆଇ କାର୍ଡ ଦେଖାଇବାକୁ ପଡ଼ିବ?
ଏହି ଲକଡାଉନ୍ ସମୟରେ ଡାକ୍ତର, ନର୍ସ, ପାରା-ମେଡିକାଲ୍ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ବାହାରକୁ ଯାଇପାରିବେ। ଏଥିପାଇଁ ତାଙ୍କୁ ଆଇ କାର୍ଡ ବା ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।ଏମାନଙ୍କ ବ୍ୟତୀତ ବିଦ୍ୟୁତ୍ ବିଭାଗ, ଜଳ ବିଭାଗ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଜନସେବା ସହିତ ଜଡିତ ଲୋକଙ୍କୁ ମଧ୍ୟ କାମ କରିବାକୁ ଅନୁମତି ଦିଆଯାଇଛି। ସେହିପରି ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ରେଳ, ବିମାନବନ୍ଦର ସହିତ ଜଡିତ ଅତ୍ୟାବଶ୍ୟକ ସେବାରେ ଥିବା ଲୋକଙ୍କୁ କାମ କରିବାକୁ ଅନୁମତି ଦିଆଯାଇଛି ।














