ଓଡ଼ିଶାଲାଇଭ କରୋନା ବ୍ୟୁରୋ

କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି କେହି ଖୁସି ମନରେ ଘର ଓ ପରିବାର ସହିତ ସମୟ ବିତାଉଥିଲା ବେଳେ କେହି କେହି କେବଳ ଟିଭି ଓ ମୋବାଇଲ ଦେଖିବାରେ ସମୟ ବିତାଉଥିବେ। କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ଆପଣ କେତେ ସମୟ ଏହି କାମରେ ବିତାଇବ? କିଛି ଘଣ୍ଟା ପରେ ନିଶ୍ଚୟ ଏଥରୁ ମନ ଛାଡ଼ିଯିବ। ସେଥିପାଇଁ ମନକୁ ଅବସାଦ ମୁକ୍ତ କରିବା ପାଇଁ ଆପଣ ବିଭିନ୍ନ କାମରେ ନିୟୋଜିତ ହୁଅନ୍ତୁ।

  • ଯୋଗ କରନ୍ତୁ, ଧ୍ୟାନ ଦିଅନ୍ତୁ।
  • ଛୋଟ ପିଲାଙ୍କ ସହ ଖେଳନ୍ତୁ, ତାଙ୍କୁ ନୂଆ ଖେଳ ଶିଖାନ୍ତୁ।
  • ବଗିଚାରେ ଲାଗିଥିବା ଫୁଲ ଗଛରେ ପାଣି ଦିଅନ୍ତୁ।

  • ଘରର ବିଭନ୍ନ କାମରେ ନିଜକୁ ନିୟୋଜିତ କରିପାରିବେ।
  • ନୂଆ କାମ କରିବା ପାଇଁ ଚେଷ୍ଟା କରିପାରିବେ।
  • ଝିଅମାନେ ମା’ଙ୍କଠାରୁ ଏହି ସମୟରେ ରୋଷେଇ ଶିଖିପାରିବେ। ନୂଆ ନୂଆ ରୋଷଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇପାରିବେ।
  • ଅନେକ ସମୟରେ ପିଲାମାନେ ପାଠ ପଢ଼ା ଯୋଗୁଁ ବା ଚାକିରି ଯୋଗୁଁ ବାପା, ମା’ଙ୍କୁ ସମୟ ଦେଇପାରନ୍ତି ନାହିଁ। ଏବେ ହିଁ ଠିକ ସମୟ ବାପା, ମା’ଙ୍କୁ ସମୟ ଦିଅନ୍ତୁ। ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରନ୍ତୁ।
  • ବହି ପଢ଼ା,  ବଗିଚା କାମ, ଗୀତ ଶୁଣିବା ଆଦି କାମ କରିପାରିବେ।
  • ନିଜକୁ ବ୍ୟସ୍ତ ରଖିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରନ୍ତୁ।
  • ଦୂରରେ ଥିବା ପ୍ରିୟଜନ, ସାଙ୍ଗସାଥୀ, ସହଯୋଗୀଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରନ୍ତୁ। ପୁରୁଣା ସ୍ମୃତିକୁ ମନେ ପକାଇ ଖୁସି ହୁଅନ୍ତୁ।

Comment