ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ସମୟରେ ପିଲାମାନେ ଘରେ ରହି ପାଠ ପଢ଼ନ୍ତୁ।  ସେମାନଙ୍କର ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସେମାନଙ୍କର ପାଠ ପଢ଼ା ବହି ସେମାନଙ୍କର ପାଖରେ ପହଞ୍ଚିଯିବ। ଏଥିପାଇଁ ପିଲମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଶନିବାର ରାଜ୍ୟ ସରକାରଙ୍କ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପିଲାମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ୍ ମାସ ୧୫ ତାରିଖରୁ ପୁଣିଥରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ। ଏବେ ତିନି ମାସ ପାଇଁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି କାରଣରୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍ ଓ କଲେଜକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ପିଲାମାନେ ଘରେ ରହି ନିଜର ପାଠ ପଢ଼ା ଜାରି ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

1 COMMENT

Comment