ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଶନିବାରଠାରୁ ଖରା ଆହୁରି ବଢ଼ିବ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଶନିବାରଠାରୁ ଏହା ଆହୁରି ଅଧିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ଲୋକମାନେ ଟାଣ ଖରା ଅନୁଭବ କରିବେ ବୋଲି କୁହାଯାଇଛି। କିଛି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିଲେ ମଧ୍ୟ ଏହାର ପ୍ରଭାବ ଗ୍ରୀଷ୍ମପ୍ରବାହ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି।

ଶନିବାରଠାରୁ ବାୟୁର ଆଦ୍ରତା କମିବା ସହ ବାୟୁର ଗତି ମଧ୍ୟ କମ୍ ରହିବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମପ୍ରବାହ ଜାରି ରହିବ। ୨୮ ଓ ୨୯ ତାରିଖ ସୁଦ୍ଧା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀରୁ ୩୯ ଡିଗ୍ରୀ ରହିବ। ଏପ୍ରିଲ୍ ୧ ଓ ୨ ଆଡ଼କୁ ଏହା ୪୦ ଡିଗ୍ରୀକୁ ବୃଦ୍ଧି ପାଇବ। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ମାତ୍ରା ଆହୁରି ଅଧିକ ରହିବ ବୋଲି କୁହାଯାଇଛି। ବଲାଙ୍ଗିର ସମେତ ଅନୁଗୁଳ, ଝାରସୁଗୁଡ଼ା ଜିଲ୍ଲା ଆଦିମାନଙ୍କରରେ ଅଧିକ ଗରମ ଅନୁଭୂତ ହେବ।

Comment