ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିଲା ତାତି। ମାଲକାନାଗିରିରେ ତାପମାତ୍ରା ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ରହିଛି। ଏନେଇ ଭୁବନେଶ୍ଵର ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିଭଳି ଅନୁଗୁଳରେ ତାପମାତ୍ରା ୩୯.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବଲାଙ୍ଗିରରେ ୩୮.୫ ଡିଗ୍ରୀ ସେଲସିୟସ ରହିଛା। ତା’ ପଛକୁ ଟିଟିଲାଗଡ଼ରେ ତାପମାତ୍ରା ୩୮ ଓ କଟକ ୩୭ ଡିଗ୍ରୀ ସେଲସିୟସ ରହିଛି।

କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଗତ ଶନିବାରଠାରୁ ଅଧିକ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

ଗତଦୁଇ ଦିନହେଲା ବାୟୁର ଆଦ୍ରତା କମିବା ସହ ବାୟୁର ଗତି ମଧ୍ୟ କମ୍ ରହିଛି। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ମାତ୍ରା ଆହୁରି ଅଧିକ ରହିବ ବୋଲି କୁହାଯାଇଛି। ବଲାଙ୍ଗିର ସମେତ ଅନୁଗୁଳ, ଝାରସୁଗୁଡ଼ା ଆଦି ଜିଲ୍ଲା ମାନଙ୍କରରେ ଅଧିକ ଗରମ ଅନୁଭୂତ ହେବା ନେଇ ପାଣିପାଗ ବଭାଗ ପୂର୍ବାନୁମାନ କରିଛି।

Comment