ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-testପ୍ରଥମେ ବିମାନ ଯୋଗେ ଦୁବାଇରୁ କୋଲକାତା। ଏହାପରେ ହାୱଡ଼ାରୁ ଟ୍ରେନ୍ ଯୋଗେ ଓଡ଼ିଶାରେ ପହଞ୍ଚିଥିଲେ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ। ଏନେଇ ବୁଧବାର ବିସ୍ତୃତ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ମାର୍ଚ୍ଚ ୧୮ ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଜଣକ EK୫୭୦ ବିମାନ ଯୋଗେ ଦୁବାଇରୁ କୋଲକାତା ଫେରିଥିଲେ। ପରେ ପରେ ସେ କୋଲକାତା ଏୟାରପୋର୍ଟରୁ ଟାକ୍ସି ଯୋଗେ ହାୱଡା ରେଳଷ୍ଟେସନକୁ ଆସିଥିଲେ।

ହାୱଡା ଷ୍ଟେସନରୁ ସେ ମାର୍ଚ୍ଚ ୧୮ ତାରିଖରେ ଇଷ୍ଟ କୋଷ୍ଟ ଏକ୍ସପ୍ରସରେ ଭଦ୍ରକ ଷ୍ଟେସନ ଯାଏଁ ଆସିଥିଲେ। ଏହାପରେ ସେ ଭଦ୍ରକରୁ ଅଟୋ ଧରି ନିଜ ଘରକୁ ଯାଇଥିଲେ।

ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ମାର୍ଚ୍ଚ ୩୦ ତାରିଖରେ ତାଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା। ଏହାପରେ ମାର୍ଚ୍ଚ ୩୧ ତାରିଖରେ ସେ କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଛି।

ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ବୋଲି ମଧ୍ୟ କୁହାଯାଇଛି।

Comment