ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବାରୁ ଗରିବ, ଅସହାୟ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି। ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ନଅ ବର୍ଷର ଛୁଆ ବୀର ଚୌଧୁରୀ।

ଚଣ୍ଡୀଗଡ଼ର ସେକ୍ଟର ୩୯ ବାସିନ୍ଦା ବୀର ଚୌଧୁରୀ ନିଜର ଜମା ପୁଞ୍ଜିକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିଛନ୍ତି। ବୀର କ୍ରିକେଟ୍‌ ବ୍ୟାଟ୍‌ କିଣିବା ପାଇଁ ତାଙ୍କ ବାପାଙ୍କଠାରୁ ପ୍ରତିଦିନ ଟଙ୍କା ନେଇ ଜମା କରିଥିଲେ। ହେଲେ ଟିଭିରେ ଲୋକଙ୍କ ସମସ୍ୟା ଓ ଅସୁବିଧା ଦେଖି ନିଜ ଜମାର ୭ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ଫଣ୍ଡକୁ ଦାନ କରିଛନ୍ତି। ତାଙ୍କ ପରେ ତାଙ୍କ ବାପା ସଚିନ ଚୌଧୁରୀ ମଧ୍ୟ ତାଙ୍କର ଗୋଟେ ମାସର ବେତନ ଦାନ କରିଛନ୍ତି।

ସଚିନ୍ କହିଛନ୍ତି ଯେ, ଗତ କିଛି ଦିନ ହେବ ପୁଅ ନୂଆ କ୍ରିକେଟ୍ କିଟ୍ କିଣିବାକୁ ଜିଦ୍ ଧରିଥିଲେ। ତେଣୁ ସେମାନେ ତାଙ୍କୁ ଦିନକୁ ୫୦ ଟଙ୍କା ଦେବା ଆରମ୍ଭ କଲେ। ଏହି ସମୟରେ ସହରରେ କରୋନା ସଂକ୍ରମଣ ବ୍ୟାପିଥିବାରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ଅସହାୟଙ୍କୁ ଦେଖି ସେ ସାହାଯ୍ୟ କରିବାକୁ ଚିନ୍ତା କଲେ ଏବଂ ବର୍ତ୍ତମାନ ବୀର କହିଛନ୍ତି ଯେ ସେ ପରେ କିଟ୍ କିଣିବେ।

LEAVE A REPLY

Please enter your comment!
Please enter your name here