ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଲକଡାଉନ୍ ସମୟରେ ଖୋଲା ରହୁଥିବା ବିଭିନ୍ନ ଅତ୍ୟାବଶ୍ୟକ ଦୋକାନ ବଜାର ସଟଡାଉନ୍ ପାଇଁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରହିବ।

ରାଜ୍ୟ ସରକାର ଏହାକୁ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି ଯେ ଏହା ଏକ ପ୍ରକାରର କର୍ଫ୍ୟୁ ଭଳି। ତେଣୁ ଏହି ୪୮ ଘଣ୍ଟା ଦୁଇ ସହରର କୌଣସି ଦୋକାନ, ବଜାର ଖୋଲିବ ନାହିଁ।

ଏପରିକି ମେଡିସିନ୍ ଦୋକାନ ମଧ୍ୟ ଏହି ସମୟରେ ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନ ହି କେଉଁ ମେଡିସିନ୍ ଦୋକାନ ଖୋଲାରହିବ ସେନେଇ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ତେବେ ଅଳ୍ପ କିଛି ମେଡିସିନ୍ ଦୋକାନକୁ ଛାଡ଼ି ସମସ୍ତ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ମାଲବାହୀ ଗାଡ଼ିକୁ ଏହି ସଟଡାଉନକୁ ବାଦ୍ ଦିଆଯାଇଛି ବୋଲି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ଏଥିସହିତ ଲକଡାଉନ୍ ସମୟରେ ମିଳିଥିବା ବିଭିନ୍ନ ପାସକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ସଟଡାଉନ୍ ପାଇଁ ପୋଲିସ୍ ପକ୍ଷରୁ ନୂଆ ପାସ୍ ବ୍ୟବସ୍ଥା କରାଯାଇଛି। ଯଦି ଅତି ଆବଶ୍ୟକ ହେଉଛି ତେବେ ଘରୁ ବାହାରନ୍ତୁ ବୋଲି ପୋଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment