ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଲେ ରାଜ୍ୟ ସରକାର। ତିନୋଟି ସହରକୁ ବନ୍ଦ ଘୋଷଣା କରିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

ବିଶ୍ୱ ଓ ଦେଶରେ କରୋନା

  • ବିଶ୍ୱର ୨୦୩ଟି ଦେଶ ଓ ୨ଟି ପାଣିଜାହାଜକୁ ଆକ୍ରାନ୍ତ କରିଛି କରୋନା ଭାଇରସ୍।
  • ବିଶ୍ୱରେ ୧୦,୧୯,୩୪୦ ଜଣ ଲୋକ କରୋନା ଆକ୍ରାନ୍ତ।
  • କରୋନାରେ ମୃତ୍ୟୁସଂଖ୍ୟା ୫୩,୩୨୨କୁ ବୃଦ୍ଧି।
  • ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧।
  • ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬।

ଓଡ଼ିଶାରେ କରୋନା

  • ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି।
  • କଟକର ଜଣେ ଯୁବକ କରୋନାରେ ଆକ୍ରାନ୍ତ।
  • ଦିଲ୍ଲୀର ତବଲିଗି ଜମାତ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ଫେରିଥିଲେ।
  • ଓଡ଼ିଶାରେ ୧୧୧୩ ନମୁନା ପରୀକ୍ଷଣରୁ କେବଳ ୬ ପଜିଟିଭ୍।
  • ସୁସ୍ଥ ହୋଇ ଘରକୁ ଫେରିଥିଲେ ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ।
  • ତୃତୀୟ ଓ ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୪ ଜଣ।
  • ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୩୦ ଜଣ।
  • ଓଡ଼ିଶାରୁ ୨୭ ଜଣ ଲୋକ ଦିଲ୍ଲୀର ତବଲିଗ୍ ଜମାତ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି।
  • ସେଥିମଧ୍ୟରୁ ୭ ଜଣ ବିଦେଶୀ ନାଗରିକ।
  • ୨୭ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ରିପୋର୍ଟ ନେଗେଟିଭ୍, ଜଣେ ପଜିଟିଭ୍, ୫ ନମୁନାର ରିପୋର୍ଟ ମିଳିନି।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ ସଟଡାଉନ୍

  • କରୋନା ମୁକାବିଲା ପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର ସଟଡାଉନ୍।
  • ଶୁକ୍ରବାର ରାତି ୮ଟାରୁ ରବିବାର ୮ଟା ଯାଏଁ ବନ୍ଦରହିବ ତିନି ସହର।
  • ୪୮ ଘଣ୍ଟା ପାଇଁ ତିନି ସହରରେ କର୍ଫ୍ୟୁ ଜାରି କଲେ ରାଜ୍ୟ ସରକାର।
  • କିଛି ଔଷଧ ଦୋକାନକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ।
  • ଭୁବନେଶ୍ୱର ସହର ସମେତ ଆଖପାଖର ୧୪ଟି ଗ୍ରାମପଞ୍ଚାୟତ ବି ବନ୍ଦ ରହିବ।
  • କଟକ ମ୍ୟୁନିସିପାଲଟି ଓ ଭଦ୍ରକ ମ୍ୟୁନିସିପାଲଟି ବନ୍ଦ ରହିବ।

Comment