ଓଡ଼ିଶାଲାଇଭ କରୋନା ବ୍ୟୁରୋ
କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍ଡାଉନ ସମସ୍ତଙ୍କୁ ଘରେ ବାନ୍ଧି ରଖିଛି। ଘରେ ବସି ବୋର୍ ହେଉଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରୁନାହାନ୍ତି। ଫଳରେ କେବେ କରୋନା ଟେନସନ ଯିବ ସମସ୍ତେ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ବଲିଉଡ ଅଭିନେତା ଲୋକଙ୍କୁ କିଛି ଟିପ୍ସ ଦେଇଛନ୍ତି।
ପରେଶ ରାୱଲ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଏହି କରୋନା ଭୂତାଣୁ ଭାରତରୁ ଯିବ ସେତେବେଳେ ଭାରତରେ ଛୁଟି କାଟିବା, ସ୍ଥାନୀୟ ରେଷ୍ଟୁରାଣ୍ଟରେ ଖାଇବା। ବ୍ୟବସାୟକୁ ସମର୍ଥନ କରିବା ପାଇଁ ନୂଆ ପୋଷାକ ଜୋତା କିଣିବା। କାରଣ କରୋନା ପରେ ବ୍ୟବସାୟକୁ ବଜାୟ ରଖିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ସେମାନଙ୍କୁ ସାହାଯ୍ୟ କରିବା।
When Corona Virus is over, let’s spend our holidays in India, eat in local restaurants, buy local meats and veggies , buy clothes and shoes from indian brands and support local businesses. These businesses are going to find it very difficult to survive without our help.
— Paresh Rawal (@SirPareshRawal) April 3, 2020
କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ବ୍ୟବସାୟ ବନ୍ଦ କରିବାକୁ ପଡ଼ିଛି।ଏଭଳି ସମୟରେ ପରେଶଙ୍କ ଟୁଇଟକୁ ଅନେକ ଲୋକ ପସନ୍ଦ କରିଛନ୍ତି।














