ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ୯ଟାରେ କେବଳ ଲାଇଟ୍‌ ଅଫ୍‌ କରି ବାକି ସବୁ ଜିନିଷ ଚାଲୁ ରଖିବାକୁ ଶକ୍ତି ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଅନୁସାରେ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଦେଶବାସୀ ନିଜ ଘରେ ଲାଇଟ ବନ୍ଦ ରଖିବେ। ଘରେ, ଛାତ ଉପରେ ବା ବାଲକୋନିରେ ଦୀପ ବା ମୋବାଇଲ ଫ୍ଲାସ୍‌ ଜାଳିବେ। କିନ୍ତୁ ଏହି ସମୟରେ କେବଳ ଲାଇଟ୍‌ ବନ୍ଦ କରି ଅନ୍ୟ ଜିନିଷ ଚାଲୁ ରଖିବା ପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

ଏମିତିକି ମେନ୍‌ ସୁଇଚ୍‌ ଆଦୌ ବନ୍ଦ କରନ୍ତୁ ନାହିଁ। ଲାଇଟ ସୁଇଚଗୁଡ଼ିକ ଏକ ସମୟରେ ବନ୍ଦ ନକରି କିଛି ସମୟ ପୂର୍ବରୁ ଓ କିଛି ସମୟ ପରେ ବନ୍ଦ କରି ଅନ୍‌ କରିବାକୁ କୁହାଯାଇଛି।

ଏକା ସମୟରେ ସାରାଦେଶରେ ଲାଇଟ୍‌ ବନ୍ଦ ରହିଲେ ଲୋଡ୍‌ ବଢ଼ିବା ବା କମିବା ର ସମ୍ଭାବନା ଅଛି। ଏହାଦ୍ୱାରା ବିଦ୍ୟୁତ ବିଭ୍ରାଟ ସୃଷ୍ଟି ହୋଇପାରେ। ଏହା ନହେବା ପାଇଁ ବିଦ୍ୟୁତ ବିଭାଗ ରାଜ୍ୟ ଓ ଦେଶ ସ୍ତରରେ ଏହି ନିଷ୍ପତ୍ତି ନେଇଛି।

ଏପ୍ରିଲ ୩ ତାରିଖରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ନିବେଦନ କରିଥିଲେ ଯେ, ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାନ୍ତୁ। । ଆପଣମାନଙ୍କ ଏହି କାମ ଦ୍ୱାରା କରୋନା ସହ ଳଢ଼ିବା ପାଇଁ ସାରାଦେଶ ଏକାଠି ଅଛି ବୋଲି ସମସ୍ତଙ୍କ ନିକଟକୁ ଏକ ବାର୍ତ୍ତା ଯିବ କହିଥିଲେ ମୋଦୀ।

Comment