ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଦେଶରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଦେଶରେ ୪୯୦ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିବା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବର୍ତ୍ତମାନ ସାରା ଦେଶରେ ୪୦୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କରୋନାରେ ଆକ୍ରାନ୍ତ ହୋଇ ମୋଟ ୧୦୯ ଜଣ ଲୋକ ପ୍ରାଣ ହରାଇଛନ୍ତି।ବର୍ତ୍ତମାନ ୩୬୬୬ଟି ଆକ୍ଟିଭ୍ କେସ୍ ଭାରତରେ ରହିଛି। ଯେଉଁମାନେ କି ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଏଥିସହିତ ୨୯୨ ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ତେବେ ଭାରତ ଭିତରେ ମହାରାଷ୍ଟ୍ରରେ ହିଁ ଅଧିକ ପରିମାଣର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ତାମିଲନାଡୁରେ ୫୭୧ ଜଣ ଓ ଦିଲ୍ଲୀରେ ୫୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Comment