ଓଡ଼ିଶାଲାଇଭ୍‌ ବ୍ୟୁରୋ

CSIR- ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ ଆଣ୍ଡ୍ ଆରୋମେଟିକ୍ ପ୍ଲାଣ୍ଟ (CIMAP) ରେ ବିଭିନ୍ନ ପଦବୀରେ ସମୁଦାୟ ୨୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରେଜିଷ୍ଟ୍ରେସନ ପ୍ରକ୍ରିୟା ଏପ୍ରିଲ୍ ୨ ଯାଏଁ ଚାଲୁରହିବ ଏବଂ ପ୍ରାର୍ଥୀମାନେ ଏପ୍ରିଲ୍ ୭ ଯାଏଁ ଆବେଦନ କରିପାରିବେ।

ପଦବୀ-

ସିନିୟର ଟେକ୍ନିକାଲ ଅଫିସର ୨:

  • ପଦବୀ ସଂଖ୍ୟା-୩
  • ବୟସ- ୪୦ ବର୍ଷ
  • ଦରମା- ୯୮୪୬୫ ଟଙ୍କା

ସିନିୟର ଟେକ୍ନିକାଲ ଅଫିସର ୧:

  • ପଦବୀ ସଂଖ୍ୟା-୪
  • ବୟସ- ୩୫ ବର୍ଷ
  • ଦରମା- ୮୪୮୯୩ ଟଙ୍କା

ଟେକ୍ନିକାଲ ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା-୪
  • ବୟସ- ୨୮ ବର୍ଷ
  • ଦରମା- ୫୧୨୯୪ ଟଙ୍କା

CSIR CIMAP

 

ଟେକ୍ନିସିଆନ ୧:

  • ପଦବୀ ସଂଖ୍ୟା-୧୧
  • ବୟସ- ୨୮ ବର୍ଷ
  • ଦରମା- ୨୮୪୬୩ ଟଙ୍କା

ଜୁନିୟର ସେକ୍ରେଟାରୀଏଟ୍ ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା-୧
  • ବୟସ- ୨୮ ବର୍ଷ
  • ଦରମା- ୨୮୪୬୩ ଟଙ୍କା

ଆବେଦନ ଶୁଳ୍କ- ୧୦୦ ଟଙ୍କା (ଏସସି/ଏସଟି/ମହିଳା/ଭିନ୍ନକ୍ଷମଙ୍କ ବ୍ୟତୀତ)

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଅନଲାଇନ ଆବେଦନପତ୍ରର କପି, ଫଟୋକପି, ଶିକ୍ଷାଗତ ସାର୍ଟିଫିକେଟ୍, ଅଭିଜ୍ଞତା ସାର୍ଟିଫିକେଟ ଆଦିର କପିକୁ ଏପ୍ରିଲ୍ ୨୨ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– କଣ୍ଟ୍ରୋଲର୍ ଅଫ୍ ଆଡମିନିଷ୍ଟ୍ରେସନ୍, CSIR- ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ ଆଣ୍ଡ୍ ଆରୋମେଟିକ୍ ପ୍ଲାଣ୍ଟ, ପୋଷ୍ଟ ଅଫିସ୍-CIMAP, ଲକ୍ଷ୍ନୌ-226015

ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ଓ ଅନ୍ୟ ସମସ୍ତ ସୂଚନା ପାଇଁ cimap.res.inରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment