ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କୋରାପୁଟ: କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗତ ରବିବାର ବୈପାରୀଗୁଡ଼ାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଯୁବକ ଜଣକ ସୋସିଆଲ ମିଡିଆରେ ଖବର ଭାଇରାଲ କରିଥିଲେ। ଏନେଇ ବୈପାରୀଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ଜଣକ ଦୋରାଗୁଡ଼ା ଗ୍ରାମର ହେମନ୍ତ ନାୟକ ବୋଲି ଜଣା ପଡ଼ିଛି। ରବିବାର ନିଜ ଫେସବୁକ ଆକାଉଣ୍ଟରେ ସେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ ଜୟପୁର କୋର୍ଟ ଚାଲାଣ କରିଛି ପୋଲିସ।

କରୋନାକୁ ନେଇ ଗୁଜବ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କରୋନାକ ନେଇ ହେଉଥିବା ଗୁଜବଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ କରାଯାଇଥିଲା।














