ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚିକିତ୍ସା/ପରିବେଶ ସଂକ୍ରାନ୍ତୀୟ ଜରୁରୀକାଳୀନ ସ୍ଥିତିରେ କାମ କରୁଥିବା ଲୋକମାନେ N-95 ମାସ୍କ ପିନ୍ଧିଥାନ୍ତି। ଯଦି ଏହାକୁ ଠିକ୍ ଭାବେ ପିନ୍ଧା ଯିବ ତା’ ହେଲେ ଏହା ବାୟୁମଣ୍ଡଳରେ ବୁଲୁଥିବା କ୍ଷୁଦ୍ର ଭାଇରସକୁ ଅତିକମରେ ୯୫ ପ୍ରତିଶତ ଅଟକାଇ ଦେଇପାରିବ। ତେଣୁ ସ୍ୱାସ୍ଥ୍ୟକର୍ମୀମାନେ ଅଧିକାଂଶ ଏହି ମାସ୍କ ବ୍ୟବହାର କରିଥାନ୍ତି। ଅନ୍ୟମାନେ ବି ଏହି ମାସ୍କ ବ୍ୟବହାର କରିପାରିବେ। କିନ୍ତୁ ଏହାକୁ କିଭଳି ବାନ୍ଧିବେ ତାହା ଜାଣିବା ଜରୁରୀ।
୧- ପ୍ରଥମେ ନିଜ ପାଇଁ ଠିକ୍ ସାଇଜର ମାସ୍କ ବାଛନ୍ତୁ, ଯେମିତିକି ତାହା ଆପଣଙ୍କୁ ପୂରା ଫିଟ୍ ହେଉଥିବ।
୨- ମାସ୍କକୁ ହାତରେ ଧରିବା ପୂର୍ବରୁ ହାତକୁ ସାନିଟାଇଜ କରନ୍ତୁ।
୩ – N-95 ମାସ୍କକୁ ନିଜ ହାତ ପାପୁଲିରେ ରଖନ୍ତୁ। ତା’ ପରେ ସିଧା ନେଇ ମାସ୍କକୁ ମୁହଁରେ ଲଗାନ୍ତୁ, ଯାହା ଆପଣଙ୍କ ପାଟି, ନାକ ଓ ବେକକୁ କଭର୍ କରୁଥିବ।
୪- ଏହାପରେ ମାସ୍କରେ ଲାଗିଥିବା ଦୁଇଟି ଯାକ ଷ୍ଟ୍ରାପ୍ ବା ଇଲାଷ୍ଟିକ ମଧ୍ୟରୁ ଉପର ଇଲାଷ୍ଟିକକୁ ପଛକୁ ନେଇ କେଶ ଉପରେ ରଖନ୍ତୁ। ତଳ ଇଲାଷ୍ଟିକକୁ କାନ ତଳ ଦେଇ ମୁଣ୍ଡ ପଛ ବେକ ପାଖରେ ରଖନ୍ତୁ।
୫- ଏବେ ଉଭୟ ହାତକୁ ବ୍ୟବହାର କରି ମାସ୍କରେ ଥିବା ମେଟାଲକୁ ମୁହଁ ସହ ଭଲ ଭାବରେ ଫିଟ୍ କରନ୍ତୁ। ଯେମିତିକି କୌଣସି ସ୍ଥାନରେ ଫାଙ୍କା ନ ରହିଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
୬- ଶେଷରେ ପୁଣି ଥରେ ମାସ୍କ ଠିକ ଭାବେ ଆପଣଙ୍କ ମୁହଁରେ ଫିଟ୍ ହୋଇଛି କି ନାହି ଯାଞ୍ଚ କରନ୍ତୁ। ଯଦି କେଉଁଠି ବି ଆପଣଙ୍କୁ ଲାଗୁଛି ମାସ୍କ ଓ ଆପଣଙ୍କ ମୁହଁ ଭିତରେ ଫାଙ୍କା ରହିଛି ତେବେ ଇଲାଷ୍ଟିକକୁ ସାଇଜ କରନ୍ତୁ।














