ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମାସ୍କ ନପିନ୍ଧିଲେ ଏଣିକି ଆପଣଙ୍କୁ ଫାଇନ୍ ଗଣିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଣିକି ଘରୁ ବାହାରକୁ ବାହାରିଲେ ଲୋକାମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଯଦି ଏହି ନିୟମ କୌଣସି ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କଠାରୁ ପ୍ରଥମ ତିନି ଥର ପର୍ଯ୍ୟନ୍ତ ୨ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ  କରାଯିବ। ସେହିପରି ଏହାପରେ ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କଠାରୁ ୫ଶହ ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।coronaଏଥିସହିତ କୁହାଯାଇଛି  ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସରୋଗୀ ଓ ଅଚେତ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ବାରଣ କରାଯାଇଛି। ଦୋକାନରେ ମିଳୁଥିବା ମାସ୍କବ୍ୟତୀତ ଲୋକମାନେ ଗାମୁଛା, ରୁମାଲ, ଲୁଗା କିମ୍ବା ଓଢ଼ଣୀକୁ ମଧ୍ୟ ମାସ୍କ ଭାବରେ ବ୍ୟବହାର କରିପାରିବେ ବୋଲି କୁହାଯାଇଛି।

Comment