ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୮ ହଜାର ପାର୍ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭୧୫ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କର ନୂଆ ଭିଡିଓ ସିରିଜ ‘କୋକି ପୁଛେଗା’ ଆରମ୍ଭ କରିଛନ୍ତି।
ଏହି ସିରିଜ୍ ମାଧ୍ୟମରେ ପୋଲିସ, ଡାକ୍ତର, ସାମାଜିକ କର୍ମୀ ଏବଂ କରୋନା ଭାଇରସରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହେବେ। ଏହାରି ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟଙ୍କ କୋକି ପୁଛେଗାରେ ପ୍ରଥମ ଏପିସୋଡ୍ ରିଲିଜ୍ ହୋଇଛି। ଏହି ଭିଡିଓ ସିରିଜରେ କରୋନାରୁ ସୁସ୍ଥ ହୋଇଥିବା ଗୁଜରାଟର ପ୍ରଥମ କରୋନା ଆକ୍ରାନ୍ତ ସୁମିତି ସିଂଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସୁମିତି ତାଙ୍କ କରୋନା କାହାଣୀ କହିଛନ୍ତି।
View this post on Instagram
#KokiPoochega 🤫 Episode 1 – @sumitisingh One of India’s first Covid-19 survivors.🙏🏻 Link in Bio ▶️
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଟିଜର ସେୟାର କରିଛନ୍ତି। ଏହା ପରେ ସେ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି ।
ୟୁଟ୍ୟୁବରେ ସେୟାର ହୋଇଥିବା ଏକ ଭିଡିଓରେ କାର୍ତ୍ତିକ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ କେବେ କାହାର ସାକ୍ଷାତକାର ନେଇନାହାଁନ୍ତି। ତେଣୁ ଏଥିରେ ଅନେକ ଥାଇପାରେ। ସୋସିଆଲ ମିଡିଆରେ ଅନେକ ୟୁଜର୍ସ କାର୍ତ୍ତିକଙ୍କ ପଦକ୍ଷେପକୁ ବହୁତ ପ୍ରଶଂସା କରନ୍ତି ।
କାର୍ତ୍ତିକଙ୍କ କାମ କଥା କହିବାକୁ ଗଲେ ଅଭିନେତା ଆଗାମୀ ଦିନରେ ‘ ଭୁଲ ଭୁଲୈୟା ୨’, ‘ଦୋସ୍ତାନା ୨’ ଫିଲ୍ମରେ ଅଭିନୟ କରିବେ। କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ଉଭୟ ଫିଲ୍ମ ସୁଟିଂ ବନ୍ଦ ରହିଛି।