ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା କ’ଣ ରହିଛି କରୋନା ଅପଡେଟ୍?

ଓଡ଼ିଶାରେ କରୋନା

  • ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ।
  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫କୁ ବୃଦ୍ଧି।
  • ଆକ୍ରାନ୍ତ ଜଣକ ଭୁବନେଶ୍ୱର ବମିଖାଲ ଅଞ୍ଚଳର।
  • ସେ ୪ ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।
  • ରାଜ୍ୟରେ ୪୧୭୦ ନମୁନାରୁ ୫୫ ଜଣ ପଜିଟିଭ୍ ଚିହ୍ନଟ।
  • ଏମାନଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬ ହଜାର ୨୧୨ ନମୁନା ପରୀକ୍ଷଣ ହୋଇଛି।
  • ସେମାନଙ୍କ ମଧ୍ୟରୁ ୯୧୫୨ ଜଣ କରୋନା ପଜିଟିଭ୍।
  • ଭାରତରେ କରୋନା ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି।
  • ଭାରତରେ ୮୫୭ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
  • ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୮,୫୪,୦୪୩ ଜଣ ଲୋକ କରୋନା ଆକ୍ରାନ୍ତ।
  • କରୋନାରେ ବିଶ୍ୱରେ ୧,୧୪, ୨୯୦ ଜଣଙ୍କ ମୃତ୍ୟୁ।

୪୨୪ ଭେଣ୍ଟିଲେଟର ବରାଦ କରିଛନ୍ତି ରାଜ୍ୟ ସରକାର

  • କରୋନା ପାଇଁ ୪୨୪ଟି ଭେଣ୍ଟିଲେଟର ବରାଦ କରିଛନ୍ତି ରାଜ୍ୟ ସରକାର।
  • ବର୍ତ୍ତମାନ ସୁଦ୍ଧା ୫୭ଟି ଭେଣ୍ଟିଲେଟର ମିଳିପାରିଛି।
  • ରାଜ୍ୟରେ ବର୍ତ୍ତମାନ ୨୯୯ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଅଛି।
  • ସୂଚନା ଦେଲେ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ।

corona

ଭୁବନେଶ୍ୱରର ଦୁଇ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ୍

  • ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ବାଦ୍ ଦିଆଗଲା।
  • ୪ ରାଉଣ୍ଡ ଘରକୁ ଘର ସର୍ଭେ ପରେ କଣ୍ଟେନମେଣ୍ଟ୍ ଜୋନରୁ ବାଦ୍ ଦିଆଗଲା।
  • ବର୍ତ୍ତମାନ ଭୁବନେଶ୍ୱରରେ କେବଳ ୩ଟି କଣ୍ଟେନମେଣ୍ଟ ଜୋନ୍।
  • ବମିଖାଲ, ସତ୍ୟନଗର ଓ ମଧୁସୂଦନ ନଗର ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ୍।

କରୋନା ଏବଂ ଅଙ୍ଗନବାଡ଼ି ଦିଦି

  • କରୋନା ଯୁଦ୍ଧରେ ଅଙ୍ଗନବାଡ଼ି ଦିଦିଙ୍କ ସାହାସିକତା ବର୍ଣ୍ଣନା କଲେ ରାଜ୍ୟ ସରକାର।
  • ରାଜ୍ୟର ୭୨ ହଜାର ୫୦୦ ଅଙ୍ଗନବାଡି  ଦିଦିଙ୍କ ପ୍ରଂଶସା କଲେ ରାଜ୍ୟ ସରକାର।
  • ଅଙ୍ଗନବାଡି ଦିଦିମାନେ ସ୍ଥାନୀୟ ଅଞ୍ଚଳରେ କରୋନା ସଚେତନତା କରୁଛନ୍ତି।
  • ଏପ୍ରିଲ୍ ମାସର ଛତୁଆ, ଅଣ୍ଡା ଆଗୁଆ ପ୍ରଦାନ କରିଛନ୍ତି ଅଙ୍ଗନବାଡି ଦିଦି।

Comment