ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲାରେ ଖୋଲିଲା ସ୍ୱତନ୍ତ୍ର କରୋନା ହସ୍ପିଟାଲ। ୧୦୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ କେନ୍ଦ୍ରାପଡ଼ା ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହୋଇପାରିବେ। ଏନେଇ ସୋମବାର ଭୂବନେଶ୍ୱରର ସମ୍ ହସ୍ପିଟାଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ହସ୍ପିଟାଲଟି ବୁଧବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

ଏହି ହସ୍ପିଟାଲକୁ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ ବୋଲି ନାମିତ କରାଯାଇଥିଲାବେଳେ ଏଥିରେ ୧୦୦ଟି ଶଯ୍ୟା ରହିଛି। ଏଥିସହ ହସ୍ପିଟାଲରେ ୧୦ଟି ଭେଣ୍ଟିଲେଟର ସୁବିଧା ମଧ୍ୟ ରହିଛି । ୪ ଜଣ ଡାକ୍ତର ,୧୫ ଜଣ ନର୍ସ ଓ ୫ ଜଣ ଟେକ୍ନିକାଲ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହସ୍ପିଟାଲରେ କେନ୍ଦ୍ରପଡ଼ା ଜିଲ୍ଲାର ଆକ୍ରାନ୍ତମାନେ ଚିକିତ୍ସିତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ହସପିଟାଲ ପରିସରରେ ୧୬୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଛି । ଏଠାରେ ଜିଲ୍ଲାର ସନ୍ଦିଗ୍ଧ କରୋନା ରୋଗୀ କିମ୍ବା କୌଣସି କରୋନା ପଜିଟିଭ୍ ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ବେଡର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କୁ ବର୍ତ୍ତମାନ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଜିଲ୍ଲାରେ ଯେଭଳି କରୋନା ଭାଇରସ୍ ନବ୍ୟାପେ ସେଥିପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here