ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- କରୋନା ନେଲା ୩୩୯ ଜୀବନ
- ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୩
- ମୋଟ ସୁସ୍ଥ ସଂଖ୍ୟା ୧୦୩୬
- ୨୪ ଘଣ୍ଟାରେ ୧୭୯ ସୁସ୍ଥ, ୧୨୦୦ ଆକ୍ରାନ୍ତ
କରୋନା ସମ୍ପର୍କରେ ତାଜା ସୂଚନା ଦେଲେ କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ଭିତରେ କରୋନା ସାରା ଦେଶରେ କ’ଣ କ’ଣ ଘଟାଇଛି ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟା ଭିତରେ କରୋନାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନସୁଦ୍ଧା ମୋଟ ୩୩୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୋଟ ୧୦୩୬ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୩ ଛୁଇଁଛି।
ସେହିପରି ଗୋଟିଏ ଦିନରେ ୧୨୧୧ ନମୁନା ପଜିଟିଭ୍ ବାହାରିଥିବା କେନ୍ଦ୍ର ସରକାର କହିଛନ୍ତି। ବତ୍ତର୍ମାନସୁଦ୍ଧା ୨ ଲକ୍ଷ ୩୯ ହଜାର ୯୦୨ ନମୁନା ପରୀକ୍ଷଣ ହୋଇଛି। ସେଥିମଧ୍ୟରୁ ୧୮ ହଜାରରୁ ଅଧିକ ନମୁନା ଆଇସିଏମ୍ଆର୍ରେ ପରୀକ୍ଷା ହୋଇଥିବା ବେଳେ ବାକି ଘରୋଇ ଲାବୋରେଟେରୀରେ ପରୀକ୍ଷା ହୋଇଛି।
ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ଯାଏଁ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାକୁ ମାନିବା ପାଇଁ ସମସ୍ତଙ୍କୁ ସାମ୍ବାଦିକ ସମ୍ମିଳନୀରେ ଅପିଲ କରାଯାଇଥିଲା। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦେଶରେ ମହଜୁଦ ହୋଇ ରହିଛି। ଏଣୁ ସାଧାରଣ ଲୋକେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।















