ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଫିସରମାନେ କୃଷି ବିଭାଗ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ତଦାରଖ କରିବେ। ସମସ୍ୟାର ସମାଧାନ ସହ ପ୍ରତିଦନ ଅପରାହ୍‌ଣରେ ରିପୋର୍ଟ ଦେବେ। ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ।

ଏନେଇ ମନ୍ତ୍ରୀ କହିଛନ୍ତି, “ଲକ୍‌ଡାଉନ ପ୍ରଭାବ ଚାଷ ଉପରେ ପଡ଼ିବ ନାହିଁ। ଏଥିପାଇଁ ଆମେ ନୋଡାଲ ଅଫିସର ନିଯୁକ୍ତି କରିଛୁ। ସେମାନେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରର ଅଫିସରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ। ଏହାସହ ବିଭାଗକୁ ରିପୋର୍ଟ ଦେବେ। ସାମାଜିକ ଦୂରତା ବଜାୟ ରଖି କୃଷି କାର୍ଯ୍ୟ କରାଯିବ।”

corona

ଏହାସହ ଏହି ସମୟରେ କୃଷି ସାରଞ୍ଜାମ ଦୋକାନ, ସାର ଓ ବିହନ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ବିଭାଗର ସମୀକ୍ଷା ପରେ ଏନେଇ କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ଯୋଗୁଁ ସାରା ଦେଶରେ ମେ’ ୩ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏହି ଲକ୍‌ଡାଉନର ପ୍ରଭାବ କୃଷି କାର୍ଯ୍ୟ ଉପରେ ଲାଗୁ ହେବ ନାହିଁ କୁହାଯାଇଛି।

Comment