ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୧୩ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଜୁନ୍‌ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଦେଶରେ ବର୍ଷା ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଜୁନ୍‌ ପହିଲାରେ କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ। ହେଲେ ଓଡ଼ିଶାରେ ୭ ଦିନ ବିଳମ୍ବରେ ମୌସୁମୀ ବାୟୁ ପହଞ୍ଚିବ। ଜୁନ୍ ୧୭ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏଥର ମୌସୁମୀ ବର୍ଷା ସାରା ଦେଶରେ ସକ୍ରିୟ ରହିବ। ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବ। ବର୍ଷା ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ଭିତରେ ରହିବ। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ବାୟୁ ସକ୍ରିୟ ରହିବ।

Comment