ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ୍ ସମୟରେ ରାମାୟଣ ଏବଂ ମହାଭାରତକୁ ପୁଣିଥରେ ଦେଖିବାର ସୁଯୋଗ ପାଇଛନ୍ତି ଲୋକେ। ଫଳରେ ପୁଣି ଥରେ ସେହି କଳାକାରମାନେ ଚର୍ଚ୍ଚାକୁ ଆସିଛନ୍ତି। ଆପଣ ହୁଏତ ମହାଭାରତର ସମସ୍ତ ଚରିତ୍ର ବିଷୟରେ ଜାଣିଥିବେ। କିନ୍ତୁ ସେହି ଚରିତ୍ରଙ୍କୁ ଜାଣିନଥିବେ ଯିଏ କେବେ ପରଦାକୁ ଆସିନଥିଲେ। ତାଙ୍କର ଗମ୍ଭୀର ସ୍ୱର କେବଳ ଲୋକେ ଶୁଣିବାକୁ ପାଇଥିଲେ।  

ତାଙ୍କ ସ୍ୱରର ଶକ୍ତିରେ ସେ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି ରିଥିଲେ। ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା ‘ମେଁ ସମୟ ହୁଁ’। ସେ ହେଲେ ହରିଶ ଭୀମାନି,  ବି.ଆର ଚୋପ୍ରାଙ୍କ ମହାଭାରତରେ ‘ ମେଁ ସମୟ ହୁଁ’ ଡାଇଲଗ୍‌ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା।

ଏକ ସାକ୍ଷାତକାରରେ ହରିଶ କହିଥିଲେ, ‘‘ଦିନେ ସନ୍ଧ୍ୟାରେ ମୁଁ ଗୋଫି ପେଣ୍ଟାଲ (ସୋ’ର କାଷ୍ଟିଂ ଡାଇରେକ୍ଟର) ଙ୍କଠାରୁ ଏକ କଲ୍‌ ପାଇଲି ଯେ ମତେ ଷ୍ଟୁଡିଓକୁ ଯିବାର ଅଛିଓ କିଛି ରେକର୍ଡ କରିବାର ଅଛି।ହେଲେ କ’ଣ ରେକର୍ଡ ହେବ ତାହା ଜଣାନଥିଲା।  ସେଠାରେ ପହଞ୍ଚିବା ପରେ ମତେ ଗୋଟିଏ କାଗଜ ଦିଆ ଯାଇଥିଲା ଓ ପଢ଼ିବାକୁ କୁହାଗଲା। ମୁଁ ପଢ଼ିଲି ହେଲେ ସେଥିରେ ବି ଆର ଚୋପା ସନ୍ତୁଷ୍ଟ ହେଲେ ନାହିଁ। ତା’ ପରେ  ଦୁଇି ତିନି ଦିନ ପରେ ମୁଁ ପୁଣି ରେକର୍ଡ କରିଥିଲି। ତା’ ପରେ ଫାଇନାଲ ହୋଇଥିଲା ଯେ ମୋ କଣ୍ଠରରେ ସେହି ଡାଇଲଗ୍‌ ଶୁଭିବ।’’

Comment