ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପୁରୀ ଜଗନ୍ନାଥ ମନ୍ଦିରର ସେବାୟତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। ଲକଡାଉନ୍ ସମୟରେ ସେବାୟତମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ସେମାନଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ଅଧୀନରେ କାର୍ଯ୍ୟ କରୁଥିବା ୨୧୩୦ ଜଣ ସେବାୟତଙ୍କୁ ଏହି ଟଙ୍କା ମିଳିବ। ଏହି ଟଙ୍କା ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହା ଫଳରେ ଶ୍ରୀମନ୍ଦିର ପ୍ରଶାସନର ମୋଟ ୧ କୋଟି ୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି।

corona

କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଫଳରେ ମନ୍ଦିରଠାରୁ ଆରମ୍ଭ କରି ପ୍ରତ୍ୟେକ ଦେବାଳୟକୁ ଭକ୍ତମାନଙ୍କ ପ୍ରବେଶ ବାରଣ କରାଯାଇଛି। କେବଳ ପୂଜକମାନେ ମନ୍ଦିର ଯାଇ ନୀତିକାନ୍ତି କରିବାକୁ କୁହାଯାଇଛି। ଏଭଳି ସମୟରେ ଶ୍ରୀମନ୍ଦିରରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଫଳରେ ସେବାୟତମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ସେମାନଙ୍କୁ ସହାୟତା କରିବା ପାଇଁ ଶ୍ରମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

Comment