ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମିନ, ରିମାଣ୍ଡ ଆଦି ଫୌଜଦାରୀ ମକଦ୍ଦମା ସମ୍ପର୍କିତ ଜରୁରୀ ଶୁଣାଣି ପାଇଁ  ତଳ କୋର୍ଟରେ କାମ ହେବ। କିନ୍ତୁ ମାତ୍ର ଘଣ୍ଟାକ ପାଇଁ। ଓଡିଶା ହାଇକୋର୍ଟ ଏନେଇ ତଳ କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ପାଇଁ ଲକଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ୨୫ ତାରିଖରୁ ରାଜ୍ୟର ସମସ୍ତ ତଳ କୋର୍ଟ ବନ୍ଦ ରହିଛି। ତେବେ ଏଥିପାଇଁ ଅନେକ ଜରୁରୀ ଫୌଜଦାରୀ ମାମଲାର ଶୁଣାଣୀ ହୋଇ ପାରୁନାହିଁ। ଏହାକୁ ବିଚାରକୁ ନେଇ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ନୋଟିସ ଜାରି କରି ଘଣ୍ଟାଏ କୋର୍ଟ ଖୋଲିବ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।

ଏହି ଘଣ୍ଟିକିଆ କୋର୍ଟ କାମ ଆସନ୍ତା ମେ ୩ ପର୍ଯ୍ୟନ୍ତ ଚାଲିବ। ସକାଳ ୯ରୁ ୧୦ଟା ଭିତରେ କୋର୍ଟ ଖୋଲିବା ପରେ ମାମଲାର ଶୁଣାଣି କରାଯିବ। ଯେଉଁ ସବୁ ଜିଲ୍ଲାରେ ସକାଳୁଆ କୋର୍ଟ ନାହିଁ ସେହି ଜିଲ୍ଲାରେ ୧୧ଟାରୁ ୧୨ଟା ଯାଏଁ କୋର୍ଟ ଚାଲିବ। ସେହିଭଳି ହାଇକୋର୍ଟ ଦିନେ ଛଡ଼ା ଦିନେ କାମ କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Comment