ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୮୦କୁ ବୃଦ୍ଧି ପାଇଲା। ଏଥିସହ ବର୍ତ୍ତମାନ ୧୪ ହଜାରରୁ ଅଧିକ ଭାରତୀୟ କରୋନା ଆକ୍ରାନ୍ତ ହେଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୪ ହଜାର ୩୭୮ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୮୦ ଜଣ ମୃତ୍ୟୁବରଣ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୧୧ ହଜାର ୯୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।corona

ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୯୯୧ ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ଭାରତରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇରହିଛି। ସେଠାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦୧ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି।

ସେହିପରି ମଧ୍ୟପ୍ରଦେଶରେ ୬୯ ଜଣ, ଦିଲ୍ଲୀରେ ୪୨ ଜଣ  ଓ ଗୁଜରାଟରେ ୪୧ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।

Comment