ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କରୋନା ସଂକ୍ରମଣ ପଛରେ ନିଜାମୁଦ୍ଦିନ ତବଲିଗୀ ଜମାତ ଗୋଟିଏ ବଡ଼ କାରଣ ବୋଲି ଯେତେବେଳେ କୁହାଯାଏ କିଛି ମୁସଲିମ ସପକ୍ଷବାଦୀ ଏହାକୁ ହିନ୍ଦୁ ମୁସଲିମ ଭିତରେ ବଢୁଥିବା ଶତ୍ରୁତାର ଏକ ନମୁନା ବୋଲି କହନ୍ତି।

ପହଲମାନ ବବିକା ଫୋଗଟ ଯେତେବେଳେ ତବଲିଗୀ କଥା କହିଲେ ଓ ଏହି ସଂସ୍ଥାର  ଦାୟିତ୍ୱହୀନତା ବିଷୟ ଉଲ୍ଲେଖ କଲେ ତାଙ୍କୁ ଧମକ ବି ମିଳିଲା। ଏପରିକି ସାମାଜିକ କର୍ମୀ ଅରୁନ୍ଧତୀ ରାୟ ଜର୍ମାନ ନ୍ୟୁଜ ନେଟୱର୍କକୁ ଦୁଇ ଦିନ ତଳେ ଏକଥା ମଧ୍ୟ କହିଛନ୍ତି ଯେ ଭାରତ ସରକାର କରୋନାକୁ ବାହାନା କରି  ମୁସଲିମ ସମ୍ପ୍ରଦାୟ ପାଇଁ ନରସଂହାର ନୀତି ପ୍ରସ୍ତୁତ କରୁଛନ୍ତି। ଏହିଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କଣ ସତରେ ତବଲିଗୀ ଜମାତକୁ ଲୋକେ ଅଯଥା ଦୋଷ ଦେଉଛନ୍ତି ନା ଏହି ଜମାତ ରୋଗ ବୃଦ୍ଧି ପାଇଁ ଦାୟୀ? ଏହାର ଜବାବ ଆଜି ମିଳିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

କରୋନା ସମ୍ପର୍କିତ ଦୈନିକ ସୂଚନା ପ୍ରଦାନ କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଶନିବାର ଦିନ କହିଛନ୍ତି ଯେ ୨୩ ରାଜ୍ୟରେ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତବଲିଗୀ ବାଲାଙ୍କୁ ଠାବ କରାଯାଇଛି।

coronaଦେଶର ୩୦ ପ୍ରତିଶତ କରୋନା ମାମଲା କେବଳ ଏହି ତବଲିଗୀମାନଙ୍କ କାରଣରୁ ହିଁ ହୋଇଛି। ବିସ୍ତୃତ ତଥ୍ୟ ଦେବାକୁ ଯାଇ ସେ ପ୍ରକାଶ କରିଛନ୍ତି ଯେ, ଦେଶର ମୋଟ ୧୪ ହଜାର ୩୭୮ ପଜିଟିଭ କେସ୍‌ ମଧ୍ୟରୁ ୪ ହଜାର ୨୯୧ କେସ୍‌ ନିଜାମୁଦ୍ଦିନ ସମ୍ମେଳନ ସହ ଜଡ଼ିତ। ବିଶେଷକରି ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ମର୍କଜରୁ ଫେରିଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Comment