ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଶ୍ଵର ପ୍ରାୟ ସମସ୍ତ ଦେଶକୁ କରୋନା ସଂକ୍ରମଣ କରି ସାରିଛି। ଏଥିରେ ୨୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏହାସହ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବଡ଼ ବଡ଼ ଦେଶ ଗବେଷଣା ମଧ୍ୟ କରୁଛନ୍ତି। ବ୍ରିଟେନ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନୋଲୋଜି ବିଭାଗର ପ୍ରଫେସର ସାରା ଗିଲବର୍ଟ କରୋନା ପାଇଁ ଟିକା ତିଆରି କରିଥିବା ଦାବି କରିଛନ୍ତି।
ତାଙ୍କ ଦାବି ଅନୁସାରେ ସେପ୍ଟେମ୍ଵର ମାସରେ ଏହି ଟିକା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। CHADOX1 ଟେକ୍ନୋଲୋଜି ସହିତ ୧୨ଟି ପରୀକ୍ଷା କରାଯାଇଛି। ଏଥିରୁ ଆମେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଫଳାଫଳ ଆମେ ପାଇଛୁ। ଏହାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି ବୋଲି ପ୍ରଫେସର ଗିଲବର୍ଟ ସୂଚନା ଦେଇଛନ୍ତି। ଆତ୍ମବିଶ୍ୱାସ ପ୍ରକାଶ କରି ସେ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ ଉପଲବ୍ଧ ହେବ।

ଅକ୍ସଫୋର୍ଡ ଟିମ୍କୁ ଏହି ଟିକା ଉପରେ ଏତେ ଆତ୍ମବିଶ୍ୱାସୀ ଯେ ଏହା କ୍ଲିନିକାଲ୍ ପରୀକ୍ଷା ପୂର୍ବରୁ ଏହାର ଉତ୍ପାଦନ ଆରମ୍ଭ କରିସାରିଛି। ପ୍ରଫେସର ଆଡ୍ରିଆନ୍ ହିଲ୍ କହିଛନ୍ତି ଯେ ଦଳ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ସେପ୍ଟେମ୍ବର ପର୍ଯ୍ୟନ୍ତ ସେମାନେ କ୍ଲିନିକାଲ୍ ପରୀକ୍ଷା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ।
ସାତ ଉତ୍ପାଦକଙ୍କ ମଧ୍ୟରୁ ତିନିଜଣ ବ୍ରିଟେନର, ଦୁଇ ଜଣ ୟୁରୋପର, ଜଣେ ଚୀନ୍ ଏବଂ ଜଣେ ଭାରତର। ସେ ଆଶା କରିଛନ୍ତି ଯେ ସେପ୍ଟେମ୍ବର କିମ୍ବା ବର୍ଷ ଶେଷ ସୁଦ୍ଧା ଏହି ଟିକା ୧ଲକ୍ଷ ଡୋଜ ଉପଲବ୍ଧ ହେବ ବୋଲି କୁହାଯାଉଛି। ୫୧୦ ସ୍ଵେଚ୍ଛାସେବୀଙ୍କ ସହ ତିନି ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି।














