ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ଦିନରେ ଓଡ଼ିଶାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ।

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ଜଣେ ସୁନ୍ଦରଗଡ଼ର ହୋଇଥିବା ବେଳେ ଆଉ ୫ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଯାଜପୁରର ୫ ଜଣଙ୍କ ଭିତରୁ କୋରାଇ, ଦଶରଥପୁରର ଜଣେ ଲେଖାଏଁ ହୋଇଥିବା ବେଳେ ଯାଜପୁର ବ୍ଲକର ୩ ଜଣ ବୋଲି ଜଣାପଡ଼ିଛି।

ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଥିଲେ। ଏହି ଅକ୍ରାନ୍ତଙ୍କ ସହ ଯାଜପୁରର ୫ ଜଣଙ୍କ ଲିଙ୍କ୍‌ ଥାଇପାରେ ବୋଲି କୁହାଯାଉଥିଲା।

coronaପୂର୍ବରୁ ଯାଜପୁରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ସେହିପରି ସୁନ୍ଦରଗଡ଼ରୁ ପୂର୍ବରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୩ରେ ପହଞ୍ଚିଛି।ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ୨୪ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here