ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚ କୋଲେଷ୍ଟ୍ରଲ କେବଳ ବୟସ୍କ ଲୋକଙ୍କ ପାଇଁ ଚିନ୍ତାର କାରଣ ନୁହେଁ, ଛୋଟ ପିଲାମାନେ ବି ଏହି ସମସ୍ୟା ଦେଇ ଗତି କରି ପାରନ୍ତି। ଯଦି ପିଲାବେଳୁ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ସଠିକ୍‌ ବ୍ୟାୟାମ କରାଯାଏ, ଭବିଷ୍ୟତରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ରୋକାଯାଇପାରିବ।

ଯେକୌଣସି ବୟସର ପିଲାମାନଙ୍କ ରକ୍ତରେ ଖରାପ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସେରାଇଡ୍‌ର ସ୍ତର ବଢ଼ିପାରେ। ଅଧିକ ମାତ୍ରାରେ LDL ରକ୍ତବାହୀରେ ଜମା ହୋଇଗଲେ, ଭବିଷ୍ୟତରେ ହାର୍ଟ ଆଟାକ ଭଳି ହୃଦରୋଗର ଆଶଙ୍କା ବଢ଼ିଥାଏ।

ପିଲାମାନଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ହେବାର କାରଣ?

ପିଲାମାନେ ଖାଉଥିବା ଖାଦ୍ୟ, ସେମାନଙ୍କ ଜୀବନଶୈଳୀ ଉପରେ କୋଲେଷ୍ଟ୍ରଲ ସ୍ତର ନିର୍ଭର କରିଥାଏ। ଯେଉଁ ପିଲାମାନଙ୍କର ମଧୁମେହ, କିଡ୍‌ନି, ହାଇପୋଥାଇରଏଡ୍‌ ଭଳି ସମସ୍ୟା ଥାଏ, ସେମାନଙ୍କଠାରେ ପିଲାବେଳେୁ ଉଚ୍ଚ କୋଲେଷ୍ଟ୍ରଲ ହେବାର ଆଶଙ୍କା ଅଧିକ ରହିଥାଏ। ଯଦିଓ କିଛି ବଂଶଗତ କାରଣ ଯୋଗୁଁ ଏହା ହୋଇଥାଏ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ।

ଉଚ୍ଚ କୋଲେଷ୍ଟ୍ରଲ ଥିବା ପିଲାମାନେ କ’ଣ ଖାଇବା ଦରକାର

ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ, ଶସ୍ୟ ଜାତୀୟ ଖାଦ୍ୟ, ଫଳ, ପନିପରିବା ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବାଦାମ, ଓ୍ୱାଲନଟ, ଫଳ, ସାଲମନ ଆଦି ଖାଦ୍ୟ ନିଜ ପିଲାମାନଙ୍କ ଖାଦ୍ୟ ତାଲିକାରେ ସାମିଲ କରାନ୍ତୁ। ପିଲାମାନଙ୍କୁ ଜଙ୍କ ଫୁଡ୍‌, ଫାଷ୍ଟ ଫୁଡ୍‌, ମଟନ, ଲହୁଣୀ ବା ବଟର, ଆଇସ୍‌କ୍ରିମ୍‌, ଛଣାଛଣି ଭଳି ଖାଦ୍ୟଠାରୁ ଦୂରେଇ ରଖନ୍ତୁ। ପିଲାମାନଙ୍କୁ ଶର୍କରାଯୁକ୍ତ ପାନୀୟରୁ ମଧ୍ୟ ଦୂରେଇ ରଖନ୍ତୁ।

ଚିକିତ୍ସା

ପିଲାମାନଙ୍କର ଉଚ୍ଚ କୋଲେଷ୍ଟ୍ରଲ ପାଇଁ ପ୍ରଥମ ଚିକିତ୍ସା ହେଲା ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ କରିବା ଜରୁରୀ।

ନିଜ ପିଲାମାନଙ୍କୁ ବ୍ୟାୟାମ, ଏକ୍ସରସାଇଜ୍‌, ସୁଇମିଂ କରିବାକୁ ଛାଡ଼ନ୍ତୁ। ପିଲାମାନଙ୍କୁ ଶାରୀରିକ ପରିଶ୍ରମ କାର୍ଯ୍ୟରେ ନିୟୋଜିତ କରାନ୍ତୁ।

ପିଲାମାନଙ୍କୁ ସୁସ୍ଥ ଖାଦ୍ୟ ଦିଅନ୍ତୁ। ଟ୍ରାନ୍ସ ଫ୍ୟାଟ୍‌, ଶର୍କରାଠାରୁ ଦୂରେଇ ରଖନ୍ତୁ। ଆଜିକାଲିର ପିଲାମାନେ ମୋବାଇଲ, କମ୍ପ୍ୟୁଟର, ଆଇପ୍ୟାଡ୍‌, ଟାବଲେଟ୍‌ରେ ଭିଡିଓ ଗେମ୍‌ ଦେଖିବାରେ ବ୍ୟସ୍ତ ରହନ୍ତି। ଏମିତିରେ ପିଲାମାନଙ୍କର ମେଦ ବଢ଼ିଥାଏ। ଏହି ଚର୍ବି ଧୀରେ ଧୀରେ ରକ୍ତରେ ଜମା ହୋଇଥାଏ। ଏଥିପାଇଁ ପିଲାମାନଙ୍କୁ କମ୍ପ୍ୟୁଟର, ମୋବାଇଲଠାରୁ ଦୂରେଇ ରଖନ୍ତୁ।

ଯଦି ପିଲାଙ୍କର ଛୁଆବେଳୁ ଡାଇବେଟିସ୍‌, ଥାଇରଏଡ୍‌ ଭଳି ସମସ୍ୟା ରହିଥାଏ, ତେବେ ସେମାନଙ୍କ ରକ୍ତରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ। ଏଥିପାଇଁ ପିଲାଙ୍କର ୯ରୁ ୧୧ ବର୍ଷ ମଧ୍ୟରେ ଓ ୧୭ରୁ ୨୧ ବର୍ଷ ମଧ୍ୟରେ କୋଲେଷ୍ଟ୍ରଲ ଯାଞ୍ଚ କରିବା ଜରୁରୀ ହୋଇଥାଏ।

Comment