ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମହାଭାରତରେ ‘ଦ୍ରୌପଦୀ’ଙ୍କ ଚରିତ୍ରରେ ଅଭିନୟ କରି ଚଚ୍ଚିର୍ତ ହୋଇଥିଲେ ଅଭିନେତ୍ରୀ ରୁପା ଗାଙ୍ଗୁଲି। ଜାଣନ୍ତୁ ତାଙ୍କ ବିଷୟରେ ଅନେକ କଥା।

ଯଦି ଆପଣ ୮୦ ଦଶକର ଲୋକପ୍ରିୟ ସିରିଏଲ ‘ମହାଭାରତ’ ଦେଖିଥିବେ କିମ୍ବା ଏବେ ଦୂରଦର୍ଶନରେ ଦେଖୁଥିବେ ତେବେ ଆପଣ ଦ୍ରୌପଦୀ ଚରିତ୍ରକୁ ବେଶ୍‌ ଭଲ ଭାବରେ ଜାଣିଥିବେ। ଟିଭି ପରଦାରେ ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ହେଲେ ରୁପା ଗାଙ୍ଗୁଲି। ଏହି ସିରିଏଲରେ ଦ୍ରୌପଦୀଙ୍କ ଚରିତ୍ରରେ ଅଭିନୟ କରି ସେ ସମୟରେ ବେଶ୍‌ ଚର୍ଚ୍ଚା ସାଉଣ୍ଟିଥିଲେ ରୁପା।

ଆସନ୍ତୁ ଜାଣିବା ରୁପା ଗାଙ୍ଗୁଲିଙ୍କ ଅଭିନୟଠାରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ।

ରୁପା ଗାଙ୍ଗୁଲି ନଭେମ୍ବର ୨୫, ୧୯୬୬ ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ।  କୋଲକାତାରେ ହିଁ ରୁପାଙ୍କ ସ୍କୁଲ ଓ କଲେଜ ଜୀବନ ବିତିଥିଲା। ତା’ପରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ।

ବଙ୍ଗଳା ସିରିଏଲରୁ ଆରମ୍ଭ କରିଥିଲେ ଅଭିନୟ

ରୁପା ଗାଙ୍ଗୁଲି ବଙ୍ଗଳା ସିରିଏଲ ସିରିଏଲ ‘ମୁକ୍ତବନ୍ଧ’ରୁ ଟିଭିରେ ଡେବ୍ୟୁ କରିଥିଲେ। ଗଣଦେବତା ତାଙ୍କର ପ୍ରଥମ ହିନ୍ଦୀ ସିରିଏଲ ଥିଲା। ଏହି ସିରିଏଲରୁ ବିଆର ଚୋପ୍ରା ତାଙ୍କ ଅଭିନୟ ଦେଖି ତାଙ୍କ ମହାଭାରତରେ ବ୍ରେକ ଦେଇଥିଲେ। ତାଙ୍କୁ ଦ୍ରୌପଦୀ ରୋଲ୍‌ କରିବାକୁ କହିଥିଲେ। ଏହି ସିରିଏଲରେ ରୁପାଙ୍କ ନିଖୁଣ ଅଭିନୟ ଓ ଚମତ୍କାର ଡାଇଲଗ ପରିବେଷଣ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

ସିରିଏଲ ବ୍ୟତୀତ ରୁପା ବଙ୍ଗଳା ଫିଲ୍ମ ଓ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ରୁପାଙ୍କ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି ‘ସାହେବ’(୧୯୮୫), ‘ଏକ ଦିନ ଅଚାନକ୍‌’(୧୯୮୯), ‘ପ୍ୟାର କା ଦେବତା’(୧୯୯୦),  ‘ବାହାର୍‌ ଆନେ ତକ’(୧୯୯୦), ‘ସୌଗନ୍ଧ’ (୧୯୯୧)। ଏହାଛଡ଼ା ସେ ଫିଲ୍ମ କଣ୍ଠଦାନ ମଧ୍ୟ କରିଛନ୍ତି। ଆଦିତ୍ୟ ରାୟଙ୍କ ବଙ୍ଗଳା ‘ଅବୋଶେଷେ’ର ଗୀତ ଗାଇ ସେ ଆଓ୍ୱାର୍ଡ ବି ପାଇଛନ୍ତି।

ରାଜନୀତି କ୍ୟାରିୟର

୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାର ଠିକ୍ ପୂର୍ବରୁ ରୁପା ରାଜନୀତିରେ ନିଜ ପାଇଁ ସମ୍ଭାବନା ଖୋଜିବାକୁ ଚେଷ୍ଟା କରିଥିଲେ। ଏହାପୂର୍ବରୁ ସେ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟରେ ହାୱାଡା ଉତ୍ତରରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ମମତା ଲହର୍‌ ସାମ୍ନାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ବିଜେପି ତାଙ୍କୁ ୨୦୧୬ ରେ ସିଧାସଳଖ ରାଜ୍ୟସଭାକୁ ପଠାଇଥିଲା। ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି।

Comment