ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସୋମବାରଠାରୁ ଲକ୍ଡାଉନ୍ ଉପରେ କିଛି ନିୟମ କୋହଳ ହେବାକୁ ଯାଉଛି। ବଢୁଥିବା ଗରମକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ମେକାନିକ ଓ ପାଣିପାଇପ୍ କାମ କରିବାକୁ ଅନୁମତି ଦିଆଯାଇଛି। ହେଲେ ମେକାନିକମାନେ ବିନା ପାସ୍ରେ ବାହାରକୁ ବାହାରି ପାରିବେନି। କାମ କରିବା ପାଇଁ ସେମାନଙ୍କୁ ପାସ୍ ଯୋଗାଇ ଦିଆଯିବ।
ପୂର୍ବରୁ କରୋନା ପାଇଁ ଯେଉଁଭଳି ଲକ୍ଡାଉନ୍ ରହିଥିଲା ଓ କଟକଣା ରହିଥିଲା ତାହା ଜାରି ରହିବ। କିଛି ରାଜ୍ୟରେ ଲକ୍ଡାଉନ୍ ନିୟମକୁ କୋହଳ କରାଯାଇଛି। ଯେଉଁ ସ୍ଥାନରେ କରୋନା ପଜିଟିଭି ସଂଖ୍ୟା ଅଧିକ ରହିଛି ସେଠାରେ ଏହି ସେବା ନିଷେଧ ରହିବ।

ମେକାନିକ୍ଙ୍କ ପାଇଁ ନିୟମ
ମେକାନିକମାନେ ସିଧାସଳଖ କେଉଁ ସ୍ଥାନକୁ କାମ କରିବାକୁ ଯାଇ ପାରିବେ ନାହିଁ। ସେମାନଙ୍କୁ ପ୍ରଥମେ ପାସ୍ ପାଇଁ ଆବେଦନ କରିବାକୁ ପଡ଼ିବ। ପାସ୍ ମିଳିବା ପରେ ସେମାନେ କାମ କରିପାରିବେ। ହେଲେ ଯେଉଁ ସ୍ଥାନକୁ କାମ ପାଇଁ ଯିବେ। ସେ ଗ୍ରୀନ୍ ଜୋନ ନା ରେଡ୍ ଜୋନ୍ ପଚାରି ବୁଝିବେ। ଯଦି ରେଡ୍ ଜୋନ ହେଇଥିବା ସେ ଯାଇପାରିବେ ନାହିଁ।
କେଉଁଠି ମିଳିବ ପାସ୍
ମେକାନିକମାନଙ୍କୁ କାମ କରିବା ପାଇଁ ପାସ୍ର ଆବଶ୍ୟକ ରହିଛି। ଏହି ପାସ୍ ପାଇଁ ସେମାନେ ମ୍ୟୁନିସିପାଲ୍ଟି, ଗ୍ରାମପଞ୍ଚାୟତ, ପୋଲିସ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟରେ ମିଳିବ। ଏଥିପାଇଁ ସେମାନେ ନିଜ ପରିଚୟ ପତ୍ର ଦେଇ ଆବେଦନ କରିପାରିବେ।














