ଓଡ଼ିଶାଲାଇଭ୍‌ ବ୍ୟୁରୋ

corona test 2

୧. ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମା’ଙ୍କୁ ଲେଖିଲେ ଭାବପୂର୍ଣ୍ଣ ଚିଠି। ମା’ ମୁଁ ବାପାଙ୍କ ଅନ୍ତ୍ୟେଷ୍ଟିକୁ ଯାଇ ପାରିବିନି’।

୨. ପାଲଘର ଲିଞ୍ଚି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲଗାଇଲେ ଫୋନ, କହିଲେ କ’ଣ ଚାଲିଛି?

୩. ଆମେରିକାରେ ଲକଡାଉନ ଭାଙ୍ଗି ବାହାରକୁ ଆସିଲେ ହଜାର ହଜାର ଲୋକ। ନର୍ସମାନେ କାନ୍ଥ ଭଳି ଠିଆ ହେଲେ ସାମ୍ନାରେ ଓ କହିଲେ ସେମିତି କରନା।

୪. ଅଧିକ ଦର ନେଉଥିବା ଅଭିଯୋଗ ପାଇବା ପରେ ଲକ୍ଷ୍ନୌର ମୋହନଲାଲଗଞ୍ଜ ଏସ୍‌ଡିଏମ ପଲ୍ଲବୀ ମିଶ୍ର ଗ୍ରାହକ ସାଜି ଦୋକାନରେ ପହଁଚିଲେ ଓ ବ୍ୟବସାୟୀଙ୍କୁ ଦଣ୍ଡ ବିଧାନ କଲେ।

୫. ବେଙ୍ଗାଳୁରୁରେ ପଦରାୟନାପୁରା ଅଞ୍ଚଳରେ ଲକଡାଉନ ଭାଙ୍ଗି ବାହାରକୁ ଆସିବାରୁ ୫୯ ଗିରଫ।

୬. ଦିଲ୍ଲୀର ପିଜା ବୟ ସହିତ ସଂସ୍ପର୍ଶରେ ଆସିଥିବା ୧୬ ଜଣ ଲୋକଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଲା। ସେ ଅଞ୍ଚଳରେ ଖୁସିର ମାହୋଲ।

୭. ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ସରକାର ଲକଡାଉନ ସମୟ ମେ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଲେ।

corona

୮. ଭାରତର ନୂଆ ବିଦେଶୀ ପୁଞ୍ଜି ବିନିଯୋଗ ନୀତିକୁ ପକ୍ଷପାତିତାମୂଳକ ଓ ବିଶ୍ୱ ବାଣିଜ୍ୟ ସଂଗଠନର ନୀତିକୁ ଉଲ୍ଲଂଘନ କରୁଛି ବୋଲି କହିଲା ଚୀନ।

୯. ବାପାଙ୍କ ମୃତ୍ୟୁ ଖବର ମିଳିବା ପରେ ମଧ୍ୟ ଯୋଗୀ ଆଦିତ୍ୟନାଥ ମୁଖୀମନ୍ତ୍ରୀ ପଦର ଦାୟିତ୍ୱକୁ ବୁଝି ଅଫିସରମାନଙ୍କ ସହ ବୈଠକ କରି ଚାଲିଥିଲେ।

୧୦. କରୋନା ଯୋଗୁଁ ସୃଷ୍ଟି ହୋଇଥିବା ମାନ୍ଦା ଅବସ୍ଥା ସତ୍ତ୍ୱେ ଦେଶର ବଡ଼ ବଡ଼ କମ୍ପାନି ୨ ଲକ୍ଷ ଚାକିରି ବାହାର କରିଛନ୍ତି। ଏଥିରୁ ଫ୍ରେସରସଙ୍କ ପାଇଁ ୮୦ ହଜାର ପୋଷ୍ଟ ଥୁଆ।

Comment