ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଏବେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧୁଛନ୍ତି। ସେଥିପାଇଁ ଗ୍ଲୋଭ୍ସ ପିନ୍ଧିବା ଓ କାଢ଼ିବାର ସଠିକ ପ୍ରଣାଳୀ ଜାଣିବା ଉଚିତ।
କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଦେଶରେ ଲକଡାଉନ କରାଯାଇଛି। ଲକଡାଉନ୍ ସମୟରେ ଲୋକମାନେ ଜରୁରୀ ଆବଶ୍ୟକତା ପାଇଁ ଘରୁ ବାହାରକୁ ଯାଉଛନ୍ତି। ତେଣୁ ଖାଦ୍ୟ ସାମଗ୍ରୀ କିଣିବାବେଳେ ହାତରେ ଗ୍ଲୋଭସ୍ ପିନ୍ଧୁଛନ୍ତି। ଗ୍ଲୋଭସ୍ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ। କିନ୍ତୁ ଗ୍ଲୋଭ୍ସ ପିନ୍ଧିବା ଏବଂ ବାହାର କରିବା ସମୟରେ କିଛି ଦିଗ ଉପରେ ଧ୍ୟାନ ଦେବା ଜରୁରୀ।
କେମିତି ପିନ୍ଧିବେ?
ପ୍ରଥମେ ଠିକ୍ ନିଜ ସାଇଜର ଗ୍ଲୋଭସ୍ ଆଣିବ ଉଚିତ। ଗ୍ଲୋଭସକୁ ହାତରେ ଧରିବା ପୂର୍ବରୁ ହାତକୁ ଭଲ ଭାବେ ପରିଷ୍କାର କରିବା ଦରକାର। ଗ୍ଲୋଭସ୍ ପିନ୍ଧିବା ବେଳେ ଏହାର ଉପରଭାଗକୁ ଧରନ୍ତୁ ନାହିଁ। ଭିତରପଟୁ ଧରି ଗ୍ଲୋଭ୍ସକୁ ହାତରେ ପୂରାନ୍ତୁ ଓ ଆଙ୍ଗୁଠି ଆଡ଼କୁ ଟାଣନ୍ତୁ।
ସେହିପରି ଅଧିକାଂଶ ଲୋକ ଗ୍ଲୋଭ୍ସ ବାହାର କରିବା ସଠିକ ପ୍ରଣାଳୀ ମଧ୍ୟ ଜାଣିନଥାନ୍ତି।
କେମିତି କାଢ଼ିବେ?
ଗ୍ଲୋଭ୍ସ କାଢ଼ିଲା ବେଳେ ଏହାର ବାହାର ପଟକୁ ସ୍ପର୍ଶ କରନ୍ତୁ ନାହିଁ। ଭିତରପଟ ଧରି ଗ୍ଲୋଭସକୁ ଧୀରେ ଧୀରେ କାଢ଼ନ୍ତୁ। ଗ୍ଲୋଭସ କାଢ଼ିଲା ପରେ ତାକୁ ଏଠି ସେଠି ରଖନ୍ତୁ ନାହିଁ। ସିଧା ଡଷ୍ଟବିନରେ ପକାନ୍ତୁ। ଗ୍ଲୋଭସ୍ କାଢ଼ିବା ପରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ।














