ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିନ ତମାମ୍ର କରୋନା ସମ୍ପର୍କୀତ ବଡ଼ ଖବର।
୧. ଭାରତରେ କରୋନା ସଂକ୍ରମଣର ଅଭିବୃଦ୍ଧି ଲିନିଏର ବୋଲି କହିଛନ୍ତି କେନ୍ଦ୍ର ସରକାର। ଏହା ଘାତୀୟ ବା ଏକ୍ସପୋନେନ୍ସିଏଲ ନୁହେଁ।
୨. ଦିଲ୍ଲୀର ହଟସ୍ପଟ କୁହାଯାଉଥିବା ଜାହାଙ୍ଗିରପୁରୀ ଅଞ୍ଚଳରେ ଗୋଟିଏ ବ୍ଲକରେ ମିଳିଲେ ୪୬ କରୋନା ଆକ୍ରାନ୍ତ।
୩. ଓଆଇସି ବା ଅର୍ଗାନାଇଜେସନ ଅଫ ଇସ୍ଲାମିକ କୋଅପରେସନ ପକ୍ଷରୁ ଭାରତକୁ କୁହାଗଲା କରୋନାକୁ ନେଇ ସାମ୍ପ୍ରଦାୟିକ ରଙ୍ଗ ଦିଆ ନଯାଉ।
୪. କରୋନା ପରିଚାଳନାକୁ ନେଇ ଦେଶର ୯୩ ପ୍ରତିଶତ ଲୋକ କହିଲେ ମୋଦୀ ଅଛନ୍ତି ତ ଟେନ୍ସନ ନାହିଁ। ଏକ ସର୍ଭେରୁ ଏହା ଜଣା ପଡ଼ିଛି।
୫. ଇଂଲଣ୍ଡରେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ଅଛନ୍ତି ଭାରତୀୟ।
୬. ଏକ ଗବେଷଣା ଅନୁସାରେ କରୋନା ଭାଇରସ ଓ ବାଦୁଡ଼ିଙ୍କର ଲକ୍ଷାଧିକ ବର୍ଷ ଧରି ଏକା ସାଙ୍ଗରେ ବିକାଶ ହୋଇ ଆସିଛି।
୭. କରୋନା ଯୋଗୁଁ ସୃଷ୍ଟ ଆର୍ଥିକ ସମସ୍ୟାକୁ ଦେଖି କେନ୍ଦ୍ର ସରକାର ଜୁଲାଇ ୨୦୨୧ ପର୍ଯ୍ୟନ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ବନ୍ଦ କଲେ।
୮. ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣନୀପ ଗୁଲେରିଆ କହିଲେ ଯେ, ବାସନ୍ଦ ଭୟରେ ଲୋକେ କରୋନା ଲକ୍ଷଣକୁ ଜଣାଉନାହାନ୍ତି ଓ ଅବସ୍ଥା ଗୁରୁତର ହେବା ପରେ ହସ୍ପିଟାଲ ଆସୁଛନ୍ତି।
୯. କେନ୍ଦ୍ର ସରକାରଙ୍କ ଦାବି ୩୦ ଦିନର ଲକଡାଉନ ଭିତରେ କରୋନା ସଂକ୍ରମଣକୁ ଉଲ୍ଲେଖନୀୟ ଭାବରେ ରୋକାଯାଇପାରିଛି।
୧୦. ଇଣ୍ଡିଗୋ ବିମାନ ସେବା କମ୍ପାନି ଘୋଷଣା କଲା କରୋନା ସମୟ ମଧ୍ୟରେ କର୍ମଚାରୀଙ୍କ ଦରମା କଟା ଯିବନାହିଁ।








ଆଜି ଦିନ ତମାମ୍ର କରୋନା ସମ୍ପର୍କୀତ ବଡ଼ ଖବର।




