ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ହଇରାଣ ହେଉଛନ୍ତି ପ୍ରବାସୀ ଶ୍ରମିକ। ଖାଇବାକୁ ନପାଇ ସାଇକେଲରେ ମୁମ୍ଵାଇରୁ ଉତ୍ତରପ୍ରଦେଶ ନିଜ ଘରକୁ ଫେରୁଛନ୍ତି।

ମହାରାଷ୍ଟ୍ରର ମୁମ୍ଵାଇରୁ ୨୦ ଜଣ ଶ୍ରମିକ ସାଇକେଲ ଯୋଗେ ୧୭୦୦ କିଲୋମିଟର ଉତ୍ତରପ୍ରଦେଶର ଗୋରଖପୁର ଅଭିମୁଖେ ଯାତ୍ରା କରିଛନ୍ତି। ପାଖରେ ଟଙ୍କା ସରିଯାଇଥିବାରୁ ସେମାନେ ଖାଇବା ପାଇଁ ହଇରାଣ ହେଉଛନ୍ତି। ସେଥିପାଇଁ ସେମାନେ ବାଧ୍ୟ ହୋଇ ସାଇକେଲରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏହାସହ ମହାରାଷ୍ଟ୍ରରେ କରୋନା ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ତେଣୁ ସେଠାରେ କଟକଣା କଡ଼ାକଡ଼ି କରାଯାଇଛି, ଯାହାର ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡ଼ିଛି। ପାଖରେ ଟଙ୍କା ଖାଇବା ପାଇଁ ରାସନ ନଥିବାରୁ ଶେଷରେ ସାଇକେଲରେ ନିଜ ଘରକୁ ଫେରୁଛନ୍ତି ଶ୍ରମିକମାନେ।

ଏନେଇ ଜଣେ ଶ୍ରମିକ କହିଛନ୍ତି ଯେ ଯଦି ସେମାନେ ଘରକୁ ନଯାଆନ୍ତି, ତେବେ ଏଠାରେ ଭୋକରେ ମରିଯିବେ। ତେଣୁ ସାଇକେଲ କିଣି ଘରକୁ ଯିବା ଛଡ଼ା ଆମ ପାଖରେ ଅନ୍ୟ କିଛି ଉପାୟ ନାହିଁ।

ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତ୍ତର ରହିଛି। ମୁମ୍ବାଇ-ଆଗ୍ରା, ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ପ୍ରବଳ ଖରାରେ ମଧ୍ୟ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଛୋଟ ପିଲାମାନଙ୍କ ସହିତ ସାଇକେଲ ଯୋଗେ ହଜାର ହଜାର କିଲୋମିଟର ପାଦରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ବାନ୍ଦ୍ରା ରେଳ ଷ୍ଟେସନରେ ନିଜ ଘରକୁ ଯିବା ପାଇଁ ଏକାଠି ହୋଇଥିଲେ।

Comment