ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଭାରତରେ କରୋନା ଭାଇରସ୍ ଅଧିକ ପ୍ରାଣ ନେବାରେ ଲାଗିଛି। ଶନିବାର ସୁଦ୍ଧା ଦେଶରେ ମୋଟ ୭୭୫ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ସେହିଭଳି ବର୍ତ୍ତମାନ ୨୪ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଭାରତରେ ଏବେ ମୋଟ ୨୪ ହଜାର ୫୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୦୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮ ହଜାର ୬୬୮ ଜଣ କରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୨୯ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଥିବାବେଳେ ଗୋଟିଏ ଦିନରେ ୫୭ ଜଣ ଲୋକ କରୋନାରେ ପ୍ରାଣ  ହରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୬୮୧୭ ଜଣ ଲୋକ କରୋନା ପଜିଟିଭ୍ ଥିବାବେଳେ ୩୦୧ ଜଣ ପ୍ରାଣ ହରାଇଛନ୍ତି।

ସେହିଭଳି ଗୁଜରାଟରେ ୧୨୭ ଜଣ ପ୍ରାଣ ହରାଇଥିବାବେଳେ ମଧ୍ୟପ୍ରଦେଶରେ ୯୨ ଜଣ, ଦିଲ୍ଲୀରେ ୫୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଶନିବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment