ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ସହ ବିଶ୍ୱ ଓ ଦେଶର ପ୍ରତିଟି ଅପଡେଟ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ଜରୁରୀ

  • ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ।
  • ପଞ୍ଜୀକରଣ ପାଇଁ ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଆବଶ୍ୟକ।
  • ବିନା ପଞ୍ଜୀକରଣରେ ଓଡ଼ିଶାକୁ ପ୍ରବେଶ କରିପାରିବେନି।
  • ପଞ୍ଜୀକରଣ ପାଇଁ covid19.odisha.gov.in କୁ ଯାଆନ୍ତୁ।
  • ସେଠାରେ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରନ୍ତୁ।

ଓଡ଼ିଶାରେ କରୋନା

  • ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦,୫୯୯ ନମୁନା ପରୀକ୍ଷା ହୋଇଛି।
  • ତା ମଧ୍ୟରୁ ୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
  • ରାଜ୍ୟରେ ୩୩ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଲେଣି।
  • ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୫,୭୯,୯୫୭ ନମୁନା ପରୀକ୍ଷା ହୋଇଛି।
  • ଦେଶରେ ବର୍ତ୍ତମାନ ସୁଦ୍ଧା ୨୪,୫୦୬ କରୋନା ପଜିଟିଭ୍।
  • ଦେଶରେ ୫୦୬୨ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
  • ଭାରତରେ ଏବେ ସୁଦ୍ଧା ୭୭୫ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।
  • ଦେଶରେ ବର୍ତ୍ତମାନ ୧୮,୬୬୮ ସକ୍ରିୟ ଆକ୍ରାନ୍ତ।
  • ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱର ମୋଟ ୨୮,୩୭,୧୯୮ ଲୋକ କରୋନା ଆକ୍ରାନ୍ତ।
  • ବିଶ୍ୱର ୮,୦୯,୦୩୬ ଜଣ କରୋନା କବଳରୁ ସୁସ୍ଥ ହେଲେଣି।
  • ଏବେ ବି ବିଶ୍ୱରେ ୧୮,୩୦,୪୬୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ।

Comment