ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଉରକେଲାରେ ଚିହ୍ନଟ ହେଲେ ତିନି ଜଣ କରୋନା ପଜିଟିଭ୍। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ୬ରେ ପହଞ୍ଚିବା ସହିତ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ଶନିବାର ସୁନ୍ଦରଗଡ଼ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ହେଲେ ରବିବାର ସକାଳୁ ଏଠାରେ ଆଉ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହି ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ହୋଇଥିବାବେଳେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୨୩ ବର୍ଷ, ୬୦ ବର୍ଷ, ୫୭ ବର୍ଷ ବୋଲି ଜଣାପଡ଼ିଛି।

ଶନିବାର ରାତିରେ ଯାଜପୁର ଜିଲ୍ଲାରେ ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୦୦ରେ ପହଞ୍ଚିଥିଲା। ଏବେ ରାଉରକେଲାର ପଜିଟିଭଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୩ରେ ପହଞ୍ଚିଛି। ସେଥିମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୬୮ ଜଣ ସକ୍ରିୟ ଅଛନ୍ତି।

Comment