ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହି ବର୍ଷା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ। ଏନେଇ ରାଜ୍ୟର ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ମଧ୍ୟ ଦିଆଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା କୋରାପୁଟ, ସୁନ୍ଦରଗଡ଼, ପୁରୀ, ଗଜପତି, କେନ୍ଦ୍ରପଡ଼ା, ଜଗତସିଂହପୁର, ଦେବଗଡ଼, ସମ୍ଵଲପୁର, ଅନୁଗୁଳ ଓ କନ୍ଧମାଳ ଭଳି କେତକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେତକ ସ୍ଥାନରେ କୁଆପଥର ବର୍ଷା ସହ ବର୍ଷା ପବନ ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି।ଏଥିପାଇଁ ରାଜ୍ୟରେ କେତକ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛନ୍ତି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନାବାନ୍ଧୁଛି। ଏହା ବାତ୍ୟର ରୂପ ନେଇପାରେ ବୋଲି କୁହାଯାଉଛି। ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ଏହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

Comment