ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ନାହିଁ ବୋଲି କୁହାଯାଇଛି।

କେଉଁମାନେ କରିପାରିବେ ରେଜିଷ୍ଟ୍ରେସନ?

  • ଅନ୍ୟ ରାଜ୍ୟରେ ରହିଯାଇଥିବା ବ୍ୟକ୍ତିଜଣକ ନିଜ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ।
  • ନଚେତ୍ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ତାଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ।
  • ତାଙ୍କ ଅଞ୍ଚଳର ନୋଡାଲ ଅଫିସର ମଧ୍ୟ ତାଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ।

ରେଜିଷ୍ଟ୍ରେସନ ପାଇଁ କଣ ଦରକାର?

  • ରେଜିଷ୍ଟ୍ରେସନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିଙ୍କର ଆଧାର ନମ୍ବର ଜରୁରୀ।
  • ରେଜିଷ୍ଟ୍ରେସନ ପାଇଁ ତାଙ୍କର ଫୋନ୍ ନମ୍ବର ମଧ୍ୟ ଆବଶ୍ୟକ।
  • ଓଡ଼ିଶାରେ ଥିବା ତାଙ୍କର ସମ୍ପର୍କୀୟଙ୍କ ନାମ ଓ ଫୋନ୍ ନମ୍ବର ଆବଶ୍ୟକ।

କେମିତି କରିବେ ପଞ୍ଜୀକରଣ?

  • ଏଥିପାଇଁ ଆପଣଙ୍କୁ ରାଜ୍ୟ ସରକାରଙ୍କ covid19.odisha.gov.in ପୋର୍ଟାଲକୁ ଯିବାକୁ ପଡ଼ିବ।
  • ଏହାପରେ ସେଠାରେ ‘ପଞ୍ଜିକରଣ ଫର୍ମ ପୂରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ସେଠାରେ ନିଜ ପାଇଁ ଫର୍ମ ପୂରଣ କରୁଥିଲେ self ଅପସନରେ କ୍ଲିକ୍ କରନ୍ତୁ।
  • ଯଦି କୌଣସି ସମ୍ପର୍କୀୟଙ୍କ ପାଇଁ ଆପଣ ପଞ୍ଜୀକରଣ କରୁଛନ୍ତି ତେବେ local contant ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ସେଠାରେ ଥିବା ଫର୍ମକୁ ପୂରଣ କରିବାକୁ ପଡ଼ିବ।
  • ଶେଷରେ submit ଅପସନରେ କ୍ଲିକ୍ କରନ୍ତୁ।

Comment